ETV Bharat / city

ଲକ୍‌ଡାଉନ୍‌ରେ ସୁରକ୍ଷା ଦେବ ଭିଜିଲାନ୍ସ

author img

By

Published : Apr 10, 2020, 10:49 AM IST

security in Lockdown
ଲକ୍‌ଡାଉନ୍‌ରେ ସୁରକ୍ଷା ଦେବ ଭିଜିଲାନ୍ସ

ଲକ୍‌ଡାଉନ୍‌ ଡ୍ୟୁଟିରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ଅଫିସର। ପୋଲିସର କାର୍ଯ୍ୟଭାର ବଢୁଥିବାରୁ ଏପରି ନିଷ୍ପତ୍ତି ନେଇଛି ଭିଜିଲାନ୍ସ ।

କଟକ: ଲକ୍‌ଡାଉନ୍‌ ଡ୍ୟୁଟିରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ଅଫିସର। ପୋଲିସର କାର୍ଯ୍ୟଭାର ବଢୁଥିବାରୁ ଏପରି ନିଷ୍ପତ୍ତି ନେଇଛି ଭିଜିଲାନ୍ସ । ଯେଉଁଥିଲାଗି 145 ଜଣ ଅଫିସରଙ୍କୁ ଲକ୍‌ଡାଉନ୍‌ ପ୍ରକ୍ରିୟାରେ ସାମିଲ ପାଇଁ ଡେପୁଟେସନରେ ପଠାଇଛି ବିଭାଗ ।

ରାଜ୍ୟରେ ଲକ୍‌ଡାଉନ୍‌ ଅପ୍ରେଲ 30କୁ ଘୁଞ୍ଚିଥିବାବେଳେ ପୋଲିସ ପାଇଁ ମଧ୍ୟ ଏହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଏପରି ସମୟରେ ପୋଲିସ ବିଭାଗକୁ ସହାୟତାର ହାତ ବଢାଇଛି ଭିଜିଲାନ୍ସ । ପୋଲିସ ବିଭାଗରେ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଭିଜିଲାନ୍ସ ଲକ୍‌ଡାଉନ୍‌ ସମୟରେ ପୋଲିସ ବିଭାଗର ସହାୟତା କରିବାକୁ ଆଗେଇ ଆସିଛି ।

ନିଜର 145 ଜଣ ଅଫିସରଙ୍କୁ ଲକ୍‌ଡାଉନ୍‌ ସମୟରେ କାର୍ଯ୍ୟ କରିବାକୁ ପଠାଇଛି ଭିଜିଲାନ୍ସ । ଯେଉଁମାନେ କି ରାଜ୍ୟର ସବୁ ଜିଲ୍ଲାରେ କାମ କରିବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.