ETV Bharat / city

ଭିଜିଲାନ୍ସର 2020 ରିପୋର୍ଟ କାର୍ଡ, ମୋଟ 245 ମାମଲା ରୁଜୁ

author img

By

Published : Jan 1, 2021, 8:51 PM IST

vigilance report card of 2020
୨୦୨୦ର ଭିଜିଲାନ୍ସର ରିପୋର୍ଟ କାର୍ଡ

୨୦୨୦ର ଭିଜିଲାନ୍ସର ରିପୋର୍ଟ କାର୍ଡ । ଗତବର୍ଷ ମୋଟ ୨୪୫ଟି ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

କଟକ: ୨୦୨୦ ମସିହାର ଭିଜିଲାନ୍ସର ରିପୋର୍ଟ କାର୍ଡ । ଗତବର୍ଷ ମୋଟ ୨୪୫ଟି ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯୩ ଜଣ ସରକାର କର୍ମଚାରୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ମୋଟ ୧୨୩.୯୧ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ୯୩ ମଧ୍ୟରୁ ୩୬ଟି ମାମଲାରେ ସମ୍ପତ୍ତିର ମୂଲ୍ୟ ଏକ କୋଟିରୁ ଅଧିକ ଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ୪ଟି ମାମଲାରେ ସମ୍ପତ୍ତିର ମୂଲ୍ୟ ୪କୋଟିରୁ ଅଧିକ ରହିଛି ।

୨୪ ଜଣ ପ୍ରଥମ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ହୋଇଥିବା ବେଳେ ୧୯ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ସର୍ବାଧିକ ୯.୩୫ କୋଟି ଟଙ୍କା ସମ୍ପତ୍ତି ପାଠକଙ୍କ ଠାରୁ ଠାବ ହୋଇଛି। ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ । ପାଠକଙ୍କ ସମ୍ପତ୍ତି ଠାବ କରିବା ପାଇଁ ୧୫୦ ଅଫିସର ନିୟୋଜିତ ହୋଇଥିଲେ । ଏଥିପାଇଁ ୪ଟି ରାଜ୍ୟରେ ସର୍ଚ୍ଚ କରିଥିଲା ଭିଜିଲାନ୍ସ । ଏହା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ । ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ ୮ ସରକାରୀ କର୍ମଚାରୀ । ସେମାନଙ୍କ ଠାରୁ ମୋଟ ୨୬ କୋଟି ୯୫ ଲକ୍ଷ ଟଙ୍କା ଜବତ ହୋଇଥିଲା ।

କଟକରୁ ନାରାୟଣ ସାହୁ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.