ETV Bharat / city

ବାଦାମବାଡ଼ି ବସଷ୍ଟାଣ୍ଡରେ ଅଚିହ୍ନା ମୃତଦେହ, ପୋଲିସ କରୁଛି ତଦନ୍ତ

author img

By

Published : Dec 25, 2021, 10:52 PM IST

ବଦାମବାଡ଼ି ବସ ଷ୍ଟାଣ୍ଡରେ ଅଚିହ୍ନା ମୃତଦେହ , ପୋଲିସ କରୁଛି ତଦନ୍ତ
ବଦାମବାଡ଼ି ବସ ଷ୍ଟାଣ୍ଡରେ ଅଚିହ୍ନା ମୃତଦେହ , ପୋଲିସ କରୁଛି ତଦନ୍ତ

ବାଦାମବାଡ଼ି ବସଷ୍ଟାଣ୍ଡରେ ପଡିଛି ଅଚିହ୍ନା ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

କଟକ: ବାଦାମବାଡ଼ି ବସଷ୍ଟାଣ୍ଡରେ ପଡିଛି ଅଚିହ୍ନା ମୃତଦେହ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ଜାରି ରହିଛି ତଦନ୍ତ । ସୂଚନା ଅନୁସାରେ ଶନିବାର ବଦାମବାଡି ବସଷ୍ଟାଣ୍ତରେ ନିକଟରେ ଏକ ଅଚିହ୍ନା ମୃତଦେହ ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ବଦାମବାଡ଼ି ବସ ଷ୍ଟାଣ୍ଡରେ ଅଚିହ୍ନା ମୃତଦେହ , ପୋଲିସ କରୁଛି ତଦନ୍ତ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆମ୍ବୁଲାନସରେ ଏସସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୋଲିସ ଏହି ଦିଗରେ ପଚରାଉଚରା ଜାରି ରଖିଛି । ଜନ ସାମୂହିକ ସ୍ଥାନରେ ମୃତଦେହ ଉଦ୍ଧାର ହେବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.