ETV Bharat / city

ଲକ ଡାଉନର କଡା ସୁରକ୍ଷାରେ ବି ସିଡିଏରେ କଳାକନା ବୁଲାଇଲେ ଦୁର୍ବୃତ୍ତ

author img

By

Published : Apr 14, 2020, 2:07 PM IST

ଲକ ଡାଉନ ପାଇଁ ସବୁଠି କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଲକ ଡାଉନର କଡା ସୁରକ୍ଷାରେ ସିଡିଏ କଳାକନା ବୁଲାଇଲେ ଦୁର୍ବୃତ୍ତ
ଲକ ଡାଉନର କଡା ସୁରକ୍ଷାରେ ସିଡିଏ କଳାକନା ବୁଲାଇଲେ ଦୁର୍ବୃତ୍ତ

କଟକ: ଲକ ଡାଉନର ଫାଇଦା ଉଠାଇଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଘରେ ପସି ଲୁଟି ନେଲେ ହଜାର ହଜାର ଟଙ୍କା ସହ ସୁନା ଗହଣା । କଡା ସୁରକ୍ଷା ମଧ୍ୟରେ କଟକ ସିଡିଏ ଅଞ୍ଚଳରେ କଳାକନା ବୁଲାଇଲେ ଚୋର ।

ଗତ ରାତି କଟକ ସିଡିଏ ଅଞ୍ଚଳର 7ନମ୍ବରରେ ରହୁଥିବା ହରି ସାହୁଙ୍କ ଘରେ ସମସ୍ତେ ଶୋଇଯିବା ପରେ ଲୁଟ ହୋଇଥିଲା । ଏନେଇ ଆଜି ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଖୁବ ଶୀଘ୍ର ଘଟଣାର ତଦନ୍ତ କରାଯାଇ ଚୋର ଗିରଫ କରିବା ସହ ସମସ୍ତ ଟଙ୍କା ଗହଣ ଫେରି ପାଇବାକୁ ଆଶା ବ୍ୟକ୍ତ କରିଛନ୍ତି ମର୍କତ ନଗର ଥାନା ଅଧିକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.