ETV Bharat / city

ଆଜି ବସିବ କଳାଧନ ସମ୍ପର୍କିତ SIT ବୈଠକ

author img

By

Published : Jun 29, 2022, 9:10 AM IST

ଆଜି ବସିବ କଳାଧନ ସମ୍ପର୍କିତ SIT ବୈଠକ
ଆଜି ବସିବ କଳାଧନ ସମ୍ପର୍କିତ SIT ବୈଠକ

ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଆଜି କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଅଧିକ ପଢନ୍ତୁ

କଟକ: ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଆଜି କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କଟକ ସ୍ଥିତ ଜଷ୍ଟିସ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହେବ ବୈଠକ । କୋରୋନା କାଳ ପରେ ପ୍ରଥମ ଥର ଲାଗି ବସୁଛି SIT ବୈଠକ ।

ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ କଳାଧନ ସମ୍ପର୍କିତ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । କଳାଧନର କାରବାର ଉପରେ ରୋକ ଲଗାଇବାକୁ ପ୍ରୟାସ ଆରମ୍ଭ ହେବ । ସିବିଆଇ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ବୈଠକରେ ଯୋଗ ଦେବେ । ପୂର୍ବ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ SIT । ଆଜି ହେବାକୁ ଥିବା ଏହି ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.