ETV Bharat / city

ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

author img

By

Published : Jul 13, 2022, 10:19 PM IST

ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକରେ ନକଲି କୋଭିଡ ଔଷଧ କାରବାର ମାମଲାରେ ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: କଟକରେ ନକଲି କୋଭିଡ ଔଷଧ କାରବାର ମାମଲାରେ ଶିବ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫୦ ହଜାର ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ସେହିପରି ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ତଦନ୍ତରେ ସାହାଯ୍ୟ କରିବାକୁ କୋର୍ଟ ଜାମିନରେ ସର୍ତ୍ତ ରଖିଛନ୍ତି । ତେବେ ପ୍ରତ୍ୟେକ ତାରିଖ ଦିନ କୋର୍ଟରେ ହାଜର ହେବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି । ନକଲି କୋଭିଡ ଔଷଧ କାରବାର କରି ଗତ 10 ମେ 2021ରେ ଗିରଫ ହୋଇଥିଲା ଶିବ । ଡ୍ରଗ କଣ୍ଟ୍ରୋଲରଙ୍କ ଏତଲା କ୍ରମେ ଶିବ ଜେନାଙ୍କ ନାଁରେ ମାମଲା ଦାୟର କରିଥିଲା ଏସଟିଏଫ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.