ETV Bharat / city

HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା, ୨ ଅଧିକାରୀ ଦୋଷୀ

author img

By

Published : Dec 22, 2021, 5:19 PM IST

Updated : Dec 22, 2021, 5:36 PM IST

HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୋଳ ଟାଉନ ଥାନା ପୋଲିସ ବେଆଇନ ଭାବେ ଅଟକ ଘଟଣା । ଅନୁଗୋଳ ଟାଉନ ଥାନାର ତତ୍କାଳୀନ IIC ଓ ତଦନ୍ତକାରୀ ଅଧିକାରୀ ଦାୟୀ ବୋଲି ଓଡିଶା ମାନବିକ ଅଧିକାର ଆୟୋଗ (Odisha Human Rights )ଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ

HDFC
HDFC

କଟକ: HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୋଳ ଟାଉନ ଥାନା ପୋଲିସ ବେଆଇନ ଭାବେ ଅଟକ ଘଟଣା । ଅନୁଗୋଳ ଟାଉନ ଥାନାର ତତ୍କାଳୀନ IIC ଓ ତଦନ୍ତକାରୀ ଅଧିକାରୀ ଦାୟୀ ବୋଲି ଓଡିଶା ମାନବିକ ଅଧିକାର ଆୟୋଗ (Odisha Human Rights ) ଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ।

HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା, ୨ ଅଧିକାରୀ ଦୋଷୀ

ଘଟଣା ଅନୁସାରେ ୨୦୧୯ ସେପ୍ଟେମ୍ବର ୧୨ ତାରିଖରେ ଶକ୍ତି ବେଦାନ୍ତ ଦାସଙ୍କୁ ଉଠାଇ ନେଇଥିଲା ଅନୁଗୋଳ ପୋଲିସ । କିନ୍ତୁ ତାଙ୍କୁ ସେପ୍ଟେମ୍ବର ୧୪ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା। ବେଆଇନ ଭାବେ ଶକ୍ତି ବେଦାନ୍ତଙ୍କୁ ୫୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖା ଯାଇଥିଲା ବୋଲି ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଶକ୍ତି ବେଦାନ୍ତ ଦାସ । ଅଭିଯୋଗକୁ ନେଇ ଅନୁଗୋଳ ଏସପି ଓ ଜିଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ଓଡିଶା ମାନବାଧିକାର କମିଶନ ।

ପରେ ଅନୁଗୋଳ ଏସପିଙ୍କ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରି କମିଶନ ଓଏଚଆରସିର (Odisha Human Rights Commission) ନିଜସ୍ବ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଓଡିଶା ମାନବ ଅଧିକାର ଆୟୋଗଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବେଆଇନ ଅଟକ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଓଡିଶା ମାନବିକ ଅଧିକାର ଆୟୋଗ ଆସନ୍ତା ଜାନୁଆରୀ ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ନିର୍ଦ୍ଦେଶନାମା ଦେବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 22, 2021, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.