ETV Bharat / city

ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲା ପ୍ରଶାସନ: ଆରଟିଆଇ କର୍ମୀ

author img

By

Published : Aug 17, 2020, 5:22 PM IST

ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲା ପ୍ରଶାସନ: ଆରଟିଆଇ କର୍ମୀ
ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲା ପ୍ରଶାସନ: ଆରଟିଆଇ କର୍ମୀ

ଆରଟିଆଇରେ ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲାପାଳ । ମହାମାରୀ କୋରୋନ ଲଢେଇରେ ବ୍ୟାପକ ପରିମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ଏ ଭଳି ଅଭିଯୋଗ କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର ଅଭିଯାନ । ଅଧିକ ପଢନ୍ତୁ...

କଟକ: ଆରଟିଆଇରେ ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲାପାଳ । କଟକରେ ଏ ଭଳି ଅଭିଯୋଗ କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର ଅଭିଯାନ । ମହାମାରୀ କୋରୋନ ଲଢେଇରେ ବ୍ୟାପକ ପରିମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ।

ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି କଟକ ଜିଲ୍ଲା ପ୍ରଶାସନ: ଆରଟିଆଇ କର୍ମୀ

କୋରୋନା ମହାମାରୀ ସମୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋଭିଡ ହସ୍ପିଟାଲ ଠାରୁ ଆରମ୍ଭ କରି କ୍ବାରଣ୍ଟାଇନ କେନ୍ଦ୍ର,ରିଲିଫ ବଣ୍ଟନ,ନିର୍ମାଣ ଶ୍ରମିକ ଆର୍ଥିକ ସହାୟତ ଅର୍ଥ,ଭତ୍ତା ପ୍ରଦାନ ଅର୍ଥ ଏବଂ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ବଣ୍ଟନରେ ଅନିୟମିତତା ଓ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ କରିଛି ଓଡିଶା ସୂଚନା ଅଧିକାର ଅଭିଯାନ । କଟକ ଜିଲ୍ଲାରେ ଏଭଳି ଅନିୟମିତତା ପ୍ରସଙ୍ଗରେ ସଙ୍ଗଠନ କଟକ ଜିଲ୍ଲାପାଳଙ୍କୁ ଆରଟିଆଇ ଆଧାରରେ ତଥ୍ୟ ମାଗିଥିଲା । ହେଲେ ୩ ମାସ ବିତି ଯାଇଥିଲେ ବି ଏହାର କୌଣସି ଉତ୍ତର ଆସିନାହିଁ ।

ତଥ୍ୟ ପ୍ରଦାନ ବିଳମ୍ବ ପ୍ରତିବାଦରେ ସଙ୍ଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.