ETV Bharat / city

କେତେ ସୁରକ୍ଷିତ ମାଲଗୋଦାମ ମସଲା ?

author img

By

Published : Nov 17, 2020, 10:52 PM IST

କେତେ ସୁରକ୍ଷିତ ମାଲଗୋଦାମ  ମସଲା ?
କେତେ ସୁରକ୍ଷିତ ମାଲଗୋଦାମ ମସଲା ?

ଗୋଟିଏ ସପ୍ତାହରେ କମିଶନରେଟ ପୋଲିସର ଚାରୋଟି ଚଢ଼ାଉ ପରେ ଜବତ ହୋଇଛି କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ମସଲା । ଯାହା ବର୍ତ୍ତମାନ ସମଗ୍ର ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଧିକ ପଢନ୍ତୁ...

କଟକ: ଆପଣଙ୍କ ଘରେ ଥିବା ମସଲା ଗୁଣ୍ଡ ଅପମିଶ୍ରିତ ନୁହେଁ ତ ? କାରଣ ବଜାରରେ ମିଳୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ମସଲା ଗୁଣ୍ଡ । ଯାହାକୁ ଖାଇଲେ ଆପଣଙ୍କୁ ହୋଇପାରେ କ୍ୟାନ୍ସର । କଟକ କମିଶନରେଟ ପୋଲିସର ଚଢ଼ାଉ ପରେ ମାଲଗୋଦାମରୁ ଆସିଛି ଏପରି ସାଙ୍ଘାତିକ ଦୃଶ୍ୟ । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି ।

ଗୋଟିଏ ସପ୍ତାହରେ କମିଶନରେଟ ପୋଲିସର ଚାରୋଟି ଚଢ଼ାଉ ପରେ ଜବତ ହୋଇଛି କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ମସଲା । ଯାହା ବର୍ତ୍ତମାନ ସମଗ୍ର ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ପ୍ରତ୍ୟେକ ଦିନ ମାଲଗୋଦାମରେ ଜାରି ରହିଛି ଜୋରଦାର ପାଟ୍ରୋଲିଂ । ଟିକେ ବି ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ଗୋଦାମ କି କାରଖାନାରେ ଚଢ଼ାଉ କରୁଛି ପୋଲିସ । ଯାହା ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

କେତେ ସୁରକ୍ଷିତ ମାଲଗୋଦାମ ମସଲା ?

ତେବେ ଏହି ମାମଲାରେ ପୂର୍ବରୁ 3 ଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଆହୁରି ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହ୍ୟାଣ୍ଡକପ ବାହାରେ । ଏହାଛଡା ଏହି ଅପମିଶ୍ରିତ ଲଙ୍କା ଓ ହଳଦୀ ମସଲା ଯେଉଁ ଯେଉଁ ଅଞ୍ଚଳକୁ ଯାଇଛି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ରହିଛି । ତେବେ ଏହି ଲିଙ୍କରେ କେଉଁମାନେ ସାମିଲ ହୋଇଛନ୍ତି ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ପୋଲିସ ହେପାଜତକୁ ନିଆଯିବା ନେଇ ପୋଲିସ ରଖିଛି ଟାର୍ଗେଟ । ଏହାସହ ଏହି ମସଲା କେତେ ସୁରକ୍ଷିତ । ତାକୁ ନେଇ ଚିନ୍ତାରେ ଏବେ ଖାଉଟି । ତେବେ ବିଭାଗୀୟ ଚଢ଼ାଉ ଓ ତଲାସୀ କରୁଥିବାରୁ ଏପରି ସଙ୍ଗୀନ ଦୃଶ୍ୟ ସାମ୍ନାକୁ ଆସୁଛି ବୋଲି କହିଛନ୍ତି ଖାଉଟି ।

ଅନ୍ୟପଟେ ଏହି ଭେଜାଲ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡରେ ଯେଉଁ ରାସାୟନିକ ସାମଗ୍ରୀ ମିଶୁଛି ତାହା ମଣିଷଙ୍କୁ କ୍ୟାନ୍ସର କରିପାରେ ବୋଲି ସ୍ପଷ୍ଟ କରିଛି ସିଏମସି । କାରଣ ଏହି ଅପମିଶ୍ରିତ ସାମଗ୍ରୀରେ ଯେଉଁ କେମିକାଲ ବ୍ୟବହାର ହେଉଛି, ତାହା କପଡା ରଙ୍ଗ ଦେବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ଏହି ଘଟଣା ଉପରେ ଆଗକୁ ଆହୁରି ଜୋରଦାର ଚଢାଉ ଜାରି ରହିବ ବୋଲି ଦାବି କରିଛି ସିଏମସି ।

ଯଦି ଏହିଭଳି ଅପମିଶ୍ରିତ ଗୋଦାମ ବା କାରଖାନା ସଂଖ୍ୟା ବୃଦ୍ଧି ପାଇବ । ତେବେ ଲୋକଙ୍କ ଭାଗ୍ୟ ସିଧା ଚୁଲିକୁ । ଏହା ଉପରେ ଉଭୟ ସିଏମସି ଓ ପୋଲିସର ଜୋରଦାର ଡ୍ରାଇଭ ନକରାଗଲେ ସ୍ଥିତି ଆହୁରି ଭୟଙ୍କର ହେବା କଥାକୁ ଏଡାଇ ଦିଆଯାଇ ନପାରେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.