ETV Bharat / city

ତାଳଦଣ୍ଡା କେନାଲ ବୁଲିଲେ ନବୀନ, I LOVE Cuttack ନିକଟରେ ଉଠାଇଲେ ଫଟୋ

author img

By

Published : Aug 27, 2021, 5:45 PM IST

cm naveen pattnaik visit taladanda canal
ତାଳଦଣ୍ଡା କେନାଲ ବୁଲିଲେ ନବୀନ, I LOVE Cuttackରେ ଉଠାଇଲେ ଫଟୋ

ତାଳଦଣ୍ଡା କେନାଲ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିତି ସମୀକ୍ଷା ସହ ଆଇ ଲଭ କଟକ ନିକଟରେ ମଧ୍ୟ ଫଟୋ ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କଟକ: ଆଜି ମୁଖ୍ୟମନ୍ତ୍ରୀ କଟକ ଏସସିବି ମେଡିକାଲରେ ଇକମୋ ଚିକିତ୍ସାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ତାଳଦଣ୍ଡା କେନାଲରେ ବୁଲିବା ସହ ଆଇ ଲଭ କଟକ ନିକଟରେ ଫଟୋ ବି ଉଠାଇଛନ୍ତି । ଯାହା ତାଙ୍କର କଟକ ପ୍ରତି ଥିବା ଭଲପାଇବାକୁ ଦର୍ଶାଉଛି ।

ତାଳଦଣ୍ଡା କେନାଲ ବୁଲିଲେ ନବୀନ, I LOVE Cuttackରେ ଉଠାଇଲେ ଫଟୋ

କଟକ ଏସସିବିରେ ପୂର୍ବ ଭାରତର ସର୍ବବୃହତ ଇକମୋ କେନ୍ଦ୍ର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କଟକର ବିଭିନ୍ନ ଉନ୍ନୟନମୂଳକ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କଟକ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିଛନ୍ତି । ‘କଟକ ମୋ ପାଇଁ ଏକ ଆତ୍ମୀୟତାର ସହର । ଏଠାକାର ରାସ୍ତାଘାଟ ପାଣିପବନରେ ରହିଛି ଏକ ଭିନ୍ନ ଅନୁଭବ’ । ଏହା ସହ ଐତିହାସିକ ତାଳଦଣ୍ଡା କେନାଲ ଓ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖି ସେ ଖୁସି ପ୍ରକଟ କରିଛନ୍ତି । କଟକ ସୌନ୍ଦର୍ଯ୍ୟକରଣର ମୁଖ୍ୟ ଆକର୍ଷଣ ପାଲଟିଥିବା I LOVE CUTTACK ନିକଟରେ ମୁଖ୍ୟମନ୍ତ୍ରୀ ଏକ ଫଟୋ ଉତ୍ତୋଳନ କରିଛନ୍ତି। ଏହି ଫଟୋକୁ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.