ETV Bharat / city

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍‌: ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 6, 2022, 8:42 PM IST

ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା t20 ମ୍ୟାଚ୍‌
ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା t20 ମ୍ୟାଚ୍‌

ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବାକୁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କଟକ: ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବାକୁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସେ ବାରବାଟୀରେ ମ୍ୟାଚ୍‌ ଦେଖିବାକୁ କ୍ରକେଟ ପ୍ରେମୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ସୋମବାର OCA ସମ୍ପାଦକ ଖୋଦ ନବୀନ ପଟ୍ଟନାୟକଙ୍କୁ ଟିକଟ ଦେଇଛନ୍ତି । ଟିକେଟ କିଣିବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ନେଇ ମୁଁ ଉତ୍ସାହିତ ଅଛି । ଆଶା କରୁଛି ବିଶ୍ବର କୋଣଅନୁକୋଣରୁ କ୍ରିକେଟ ପ୍ରେମୀ ବାରବାଟୀ ଷ୍ଟାଡିୟମରେ ଏକାଠୀ ହେବେ । ଆପଣ ମାନଙ୍କ ସହ କଟକ ବାରବାଟୀରେ ଦେଖା ହେବ ।"

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ । ସିରିଜର ଦ୍ବିତୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍‌ ପ୍ରସ୍ତୁତ ହୋଇ ରହିଛି ବାରବାଟୀ ଷ୍ଟାଡିୟମ । ଦର୍ଶକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.