ETV Bharat / city

ଚିନ୍ତା ବଢ଼ାଉଛି ସ୍ତନ କର୍କଟ, କିପରି ହେବ ଦୂର ପରାମର୍ଶ ଦେଲେ ଡାକ୍ତର

author img

By

Published : Oct 10, 2022, 9:33 AM IST

ଚିନ୍ତା ବଢ଼ାଉଛି ସ୍ତନ କର୍କଟ : କିପରି ହେବ ନିରାକରଣ
ଚିନ୍ତା ବଢ଼ାଉଛି ସ୍ତନ କର୍କଟ : କିପରି ହେବ ନିରାକରଣ

ଦିନକୁ ଦିନ ଦେଶରେ ବଢୁଛି ସ୍ତନ କର୍କଟ ସମସ୍ୟା । ପ୍ରତି ଚାରି ମିନିଟରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଅଧିକ ପଢ଼ନ୍ତୁ

କଟକ: ଦିନକୁ ଦିନ ଦେଶରେ ଚିନ୍ତା ବଢାଉଛି ସ୍ତନ କର୍କଟ ସମସ୍ୟା । ପ୍ରତି ଚାରି ମିନିଟରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଦେଶରେ ପ୍ରାୟ 1.65 ଲକ୍ଷ ନୂତନ ପ୍ରକାର ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତ କର୍କଟ ରୋଗର 14 ପ୍ରତିଶତ ଅଟେ। ଆକଳନ ଅନୁସାରେ ପ୍ରତି 22 ଜଣ ମହିଳାଙ୍କ ମଧ୍ୟରେ ହୋଇଥାଏ ସ୍ତନ କର୍କଟ ।

ଚିନ୍ତା ବଢ଼ାଉଛି ସ୍ତନ କର୍କଟ : କିପରି ହେବ ନିରାକରଣ

ପ୍ରାୟତଃ 40 ରୁ 50ବର୍ଷ ମଧ୍ୟରେ ଏହି ସ୍ତନ କର୍କଟ ରୋଗୀ ଦେଖିବାକୁ ମିଳୁଛି । କେବଳ ମହିଳା ନୁହଁନ୍ତି ବରଂ ପୁରୁଷ ସ୍ତନ କର୍କଟ ରୋଗର ଶିକାର ହେଉଛନ୍ତି । ପ୍ରତି 100 ଜଣେ ମହିଳାଙ୍କ ମଧ୍ୟରେ ଜଣେ ପୁରୁଷ ଏହି ରୋଗର ଶିକାର ହେଉଛନ୍ତି । ଯଦି ଦେଖିବା ପାଶ୍ଚାତ୍ୟ ଦେଶ ମାନଙ୍କରେ 80ରୁ 90 ପ୍ରତିଶତ ରୋଗୀ ପ୍ରଥମିକ ଅବସ୍ଥାରୁ ଚିହ୍ନଟ ହୋଇଥାନ୍ତି । କମ୍ ବୟସରେ ଋତୁ ସ୍ରାବ, ସନ୍ତାନ ହୀନତା, ବିଳମ୍ବରେ ଗର୍ଭଧାରଣ, ମେଦ ବହୁଳତା, ଚର୍ବି ଜାତୀୟ ଖାଦ୍ୟ ଖାଇବାରୁ ଏହି ସ୍ତନ କର୍କଟ ରୋଗ ହୋଇଥାଏ ।

ଭାରତରେ ସଚେତନତା ଅଭାବରୁ ଚିକିତ୍ସା ହୋଇପାରୁ ନଥିବାରୁ ଏହି ରୋଗ ବୃଦ୍ଧି ପାଉଛି । ତେବେ ଏହି ରୋଗର ଶୀଘ୍ର ଚିହ୍ନଟ ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀ ଆରୋଗ୍ୟ ହୋଇଥାଏ ବୋଲି କହିଛନ୍ତି ଅଙ୍କୋଲୋଜିଷ୍ଟ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା । ଏହି ରୋଗ ଦିଗରେ ଯଥେଷ୍ଟ ସଚେତନତା ହିଁ ରୋଗରୁ ଆରୋଗ୍ୟ ମିଳିପାରିବ ବୋଲି ରବିବାର ଅନୁଷ୍ଠିତ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମରେ କହିଛନ୍ତି ଅଙ୍କୋଲୋଜିଷ୍ଟ । ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି ।

ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ଯେତେବେଳେ ଏହାର ବହୁଳ ପ୍ରକାରର କଥା ଆସେ, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ସବୁଠାରୁ ବିପଦଜନକ ବୋଲି ଧରଯାଏ । ଏ ସମ୍ପର୍କରେ କର୍କଟ ଆରୋଗ୍ୟ ମହିଳା କହିଛନ୍ତି, ''ଏହି ରୋଗ ହେବାର ଯଦି ଫାଷ୍ଟ ଷ୍ଟେଜରୁ ହିଁ ଏହାର ଚିକିତ୍ସା କରାଯାଏ ତାହାଲେ ଜଣେ ରୋଗୀ ନିହାତି ଭଲ ହୋଇ ପାରିବ । ତେଣୁ ଭୟଭୀତ ନହୋଇ ଏହାର ଚିକିତ୍ସା କରିବା ଜରୁରୀ । ଡାକ୍ତରଙ୍କ ଅନୁସାରେ ନିୟମ ମାନି ଔଷଧ ଖାଇବା । ଏହାସହ ଏହାର ଯେତିକି ଥେରାପି ଅଛି ସେ ସବୁ କଲେ ଜଣ ରୋଗୀ ନିହାତି ଭଲ ହୋଇପାରିବ''।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.