ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି: ଉପହାର ଦେଇ ଆଶୀର୍ବାଦ ନେଲେ

author img

By

Published : Apr 22, 2022, 7:30 AM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି; ନବୀନଙ୍କୁ ଉପହାର ଦେଲେ, ଆଶୀର୍ବାଦ ନେଲେ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି; ନବୀନଙ୍କୁ ଉପହାର ଦେଲେ, ଆଶୀର୍ବାଦ ନେଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କୁନି ପ୍ରତିଭା ଅନଭି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଶୁ ଶିଳ୍ପୀ ଅନଭି ଅଗ୍ରଓ୍ବାଲ । ଅଢେଇ ବର୍ଷର ଅନଭି ଲଣ୍ଡନ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କୁନି ପ୍ରତିଭା ଅନଭି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଶୁ ଶିଳ୍ପୀ ଅନଭି ଅଗ୍ରଓ୍ବାଲ । ଅଢେଇ ବର୍ଷର ଅନଭି ଲଣ୍ଡନ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି; ନବୀନଙ୍କୁ ଉପହାର ଦେଲେ, ଆଶୀର୍ବାଦ ନେଲେ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି; ନବୀନଙ୍କୁ ଉପହାର ଦେଲେ, ଆଶୀର୍ବାଦ ନେଲେ

ଏହା ସହିତ ପେଣ୍ଟିଂ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର । ମା' ଅନୁରାଧା ଡାଲମିଆ ଅଗ୍ରଓ୍ବାଲଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଅନଭି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅନନ୍ୟ ଚିତ୍ର ପ୍ରଦାନ କରିଛନ୍ତି ଅନଭି ।

କମ ବୟସରୁ ଅନଭିଙ୍କ ନିକଟରେ ରହିଛି ଅନେକ ପ୍ରତିଭା । ମାତ୍ର ଅଢ଼େଇ ବର୍ଷର ଅନଭିଙ୍କ କୃତିତ୍ବରେ ଉତ୍ସାହିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆନଭିଙ୍କୁ ନିଜ ପୁସ୍ତକ ପ୍ରଦାନ କରିବା ସହ ଆଶୀର୍ବାଦ ଦେଇଛନ୍ତି । ଅନଭି ୩୭ଟି ଟେକନିକ ସାହାଯ୍ୟରେ ୭୨ଟି ଚିତ୍ର ଆଙ୍କିଛନ୍ତି । ଭୁବନେଶ୍ବରରେ ରହୁଥିବା ଅନଭି ଚୁମ୍ବକ ରଙ୍ଗ, ଇଙ୍କସ୍, ଛାଞ୍ଚ, ଆକ୍ରିଲିକ୍ ଏବଂ ପାଣି ସାହାଯ୍ୟରେ ଏହି ସମସ୍ତ ଚିତ୍ର ଅଙ୍କନ କରିବାରେ ସଫଳ ହୋଇଛନ୍ତି । ଏହି ଭେଟଘାଟ ସମୟରେ ଅନଭିଙ୍କ ଜେଜେ ବାପା ଓ ମା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.