ETV Bharat / city

‘କଟକଣା କମିଲେ ସଂକ୍ରମଣ ସଂଖ୍ୟା ବଢିବ ନିଶ୍ଚୟ’

author img

By

Published : Aug 25, 2021, 1:58 PM IST

ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । କହିଲେ କଟକଣା ନରହିଲେ ସଂକ୍ରମଣ ପୁଣି ବଢିଯିବ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ‘ଏହା ସ୍ବାଗତଯୋଗ୍ୟ କଥା। ଆଇଆଇଟି କାନପୁର ରିପୋର୍ଟ କହିଥିଲା ଜୁଲାଇ ୧୫ ସୁଦ୍ଧା ହଜାରେ ତଳକୁ ରାଜ୍ୟର ସଂକ୍ରମଣ ରହିବ କିନ୍ତୁ ବହୁ ବିଳମ୍ବରେ କମିଥିଲା । ତାଙ୍କର ଅନୁମାନ ଠିକ ଅଛି କିନ୍ତୁ ତାକୁ ଦେଖି ଆମେ କୋହଳ ହେବା ନାହିଁ । ସର୍ଭିଲାନ୍ସ ଭ୍ୟାକ୍ସିନକୁ ଗୁରୁତ୍ବ ଦେବା। କାରଣ କୋହଳ ହେଲେ ଅସୁବିଧାରେ ପଡିବା।

ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ସରକାରଙ୍କ କ’ଣ ଦିଗଦର୍ଶନ ରହିବ କହିହେବନି। କାରଣ ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି। ତାକୁ ଦେଖି ସେପ୍ଟେମ୍ବର ଗାଇଡଲାଇନରେ ନିଷ୍ପତ୍ତି ନେବେ ସରକାର। ଆଇଆଇଟି କାନପୁର ଷ୍ଟଡି କହୁଛି ଯେ, ବେଶୀ ଢିଲା ହେବାନି କି ବେଶୀ କଟକଣା ନରହୁ । ସବୁ ଜିନିଷ ଚାଲୁରଖିବା କିନ୍ତୁ କୋଭିଡ଼ କଟକଣା ସହିତ। ବର୍ତ୍ତମାନ ଆମେ ଦ୍ବିତୀୟ ଲହରରେ ଅଛନ୍ତି। ନିୟନ୍ତ୍ରଣ ଭିତରେ ଆମେ ଅଛୁ। କଟକଣା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସଂଖ୍ୟା ବଢିବ ନିଶ୍ଚୟ’ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.