ETV Bharat / city

ସାରସ୍ୱତ ସାଧକ ବିଧାୟକ ବିଷ୍ଣୁ, କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା

author img

By

Published : Sep 19, 2022, 4:39 PM IST

ବିଜେପିର ଲଢୁଆ ନେତା ବିଧାୟକ ବିଷ୍ଣୁ ସେଠୀ କେବଳ ରାଜନେତା ନଥିଲେ ସେ ସାରସ୍ବତ ସାଧକ ଭାବରେ ମଧ୍ୟ ବେଶ ପରିଚିତ ଥିଲେ । ତାଙ୍କର ଶେଷ କବିତା ଥିଲା 'ଦ୍ରୌପଦୀ' । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିବା ବେଳେ ଏହି ଗୀତ ଗାଇଥିଲେ ସେ । ଅଧିକ ପଢନ୍ତୁ

ସାରସ୍ବତ ସାଧକ ବିଧାୟକ ବିଷ୍ଣୁ , କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା
ସାରସ୍ବତ ସାଧକ ବିଧାୟକ ବିଷ୍ଣୁ , କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା

ଭୁବନେଶ୍ବର: ଦିବଂଗତ ବିଧାୟକ ବିଷ୍ଣୁ ସେଠୀ (Dhamnagar MLA Bishnu Sethi) ଜଣେ ସାରସ୍ବତ ସାଧକ ଭାବରେ ପରିଚିତ । ସେ ଏକାଧାରରେ ଜଣେ ରାଜନେତା, କବି ଓ ସାମ୍ବାଦିକ । ବିଧାନସଭା ହେଉ ଅବା ବାହାରେ ସେ ସ୍ବରଚିତ ଗୀତ ଓ କବିତ ପାଠ କରି ଜନାଦୃତ ହୋଇଛନ୍ତି । କବିତା ଓ ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ତାଙ୍କର ଶେଷ କବିତା ରହିଥିଲା ଦ୍ରୌପଦୀ Last poem of Late MLA Bishnu Sethi) । ଯାହାକୁ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu) ଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଲେଖିଥିଲେ ।

ବିଧାୟକଙ୍କ ଶେଷ କବିତା
ବିଧାୟକଙ୍କ ଶେଷ କବିତା

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ରାଇସିନ ହିଲ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ । ସେହି କମିଟିରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଥିଲେ । ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ କମିଟିର ସଦସ୍ୟ ମାନେ ବିଭିନ୍ନ ଉପହାର ଦେଇଥିଲେ । କିନ୍ତୁ ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଏକ କବିତା ଉପହାର ଦେଇଥିଲେ । ଯାହାର ଶୀର୍ଷକ ଥିଲା 'ଦ୍ରୌପଦୀ' । ଏହା ବୋଧେ ବିଷ୍ଣୁଙ୍କର ଶେଷ କବିତା ଯାହା ଲୋକଲୋଚନକୁ ଆସିଥିଲା ।

ଏହା ବି ପଢନ୍ତୁ- ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ଶୋକ ବ୍ୟକ୍ତ କଲେ ନେତା-ମନ୍ତ୍ରୀ

ମହାଭାରତ ସମୟରେ ପାଣ୍ଡବ ମାନଙ୍କ ସହ ଦ୍ରୌପଦୀ ଅଜ୍ଞାତବାସରେ ଥିବା ସମୟରେ ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ରହିଥିଲେ ସେହି ଘଟଣା ସହ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷ ଜୀବନକୁ ତୁଳନା କରି କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି କବିତାଟିକୁ ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଆବୃତ୍ତି କରିଥିଲେ । ଯାହା ରାଷ୍ଟ୍ରପତିଙ୍କ ପାଇଁ ଶ୍ରେଷ୍ଠ ଉପହାର ବୋଲି କମିଟିର ସଦସ୍ୟ ମାନେ କହିଥିଲେ ।

ଏହା ବି ପଢନ୍ତୁ- ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ତାର କିଛି ଦିନ ପରେ ଶରୀରର ଅସୁସ୍ଥତା ବୃଦ୍ଧି ହେବାରୁ AIIMS ରେ ରହି ଚିକିତ୍ସିତ ହେଉଥିଲେ । ବିଧାୟକ ବିଷ୍ଣୁ କହୁଥିଲେ, "କବିତାକୁ ଆଲିଙ୍ଗନ କରି ମୁଁ ଶୋଇଥାଏ । ଯଦି କବିତା ନଲେଖେ ନିଦ ହୋଇନଥାଏ ।" ସବୁ ଦିନ ସାରସ୍ବତ ସାଧନା କରି ଶୟନ କରୁଥିବା ବିଷ୍ଣୁ ଆଜି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଯାଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତାଙ୍କ ପ୍ରିୟ ବିଧାୟକଙ୍କ ମଧ୍ୟରୁ ଜଣେ ।

ବିଧାନସଭାରେ ଉଭୟଙ୍କ କଥୋପକଥନ ବେଶ ସହଜ ପରିବେଶ ସୃଷ୍ଟି କରେ । ଉଭୟଙ୍କ ରାଜନୈତିକ ଦଳ କଟର ବିରୋଧୀ ହୋଇଥିଲେ ମଧ୍ୟ ପରସ୍ପର ସମ୍ପର୍କ ଅତି ନିବିଡ ଥିଲା । ବିଧାନସଭା ଭିତରେ ଓ ବାହାରେ ନିଜର ମଜାଳିଆ ମନ୍ତବ୍ୟ ଲାଗି ଉଭୟ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ । ସୂଚନା ଥାଉ କି ବିଧାୟକ ବିଷ୍ଣୁ ସେଠୀଙ୍କ ଆଜି ସକାଳେ ୬୧ ବର୍ଷ ବୟସରେ ବିୟୋଗ ଘଟିଛି । ସେ କିଡନୀ ରୋଗରେ ପୀଡି଼ତ ହୋଇ ଗତ ମାସେ ତଳେ ଏମ୍ସରେ ଚିକିତ୍ସିତ ହେଉଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.