ETV Bharat / city

Weather Update: ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

author img

By

Published : Jul 18, 2022, 8:44 AM IST

ଉପକୂଳ ଓଡିଶାରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଲଘୁଚାପ ଜନିତ ବର୍ଷା କାରଣରୁ ଜୁଲାଇ ୧ରୁ ଏଯାଏ ସର୍ବାଧିକ ୪୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୪ ଦିନ ଧରି ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷା ଆଜି ଠାରୁ ସାମାନ୍ୟ କମିବ । ଅଧିକ ପଢନ୍ତୁ

Weather update : ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା
Weather update : ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

ଭୁବନେଶ୍ବର: ଉପକୂଳ ଓଡିଶାରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଲଘୁଚାପ ଜନିତ ବର୍ଷା କାରଣରୁ ଜୁଲାଇ ୧ରୁ ଏଯାଏ ସର୍ବାଧିକ ୪୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗଜପତିରେ ସବୁଠୁ କମ୍ ୧୫୫ମିମି ବର୍ଷା ହୋଇଛି । ବାକି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଜୁଲାଇ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

Weather update : ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

ସେହିପରି ୧୮ରୁ ୨୦ ଯାଏ ରାଜ୍ୟରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା ହେବ । ସୁନ୍ଦରଗଡ, ଅନୁଗୁଳ , ବୌଦ୍ଧ, କେନ୍ଦୁଝର, କୋରାପୁଟ ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୧ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୂଆପଡା, କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ବଦଳିବ ପାଣିପାଗର ଚିତ୍ର । ୪ ଦିନ ଧରି ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷା ଆଜି ଠାରୁ ସାମାନ୍ୟ କମିବ । ଏ ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.