ETV Bharat / city

Omicron Alert: ରାଜ୍ୟବାସୀଙ୍କୁ ସତର୍କ କଲେ, ମୁକାବିଲା ପାଇଁ ସହଯୋଗ କାମନା କଲେ ନବୀନ

author img

By

Published : Dec 22, 2021, 12:39 PM IST

ଓମିକ୍ରନ(Omicron) ଚିହ୍ନଟ ପରେ ରାଜ୍ୟବାସୀଙ୍କୁ ସଜାଗ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Omicron Scare: ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
Omicron Scare: ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ 2 Omicron ସଂକ୍ରମିତ ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତର୍କ ରହିବା ନେଇ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

କୋଭିଡ଼ ନିୟମ ପାଳନ କରିବା ସହ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ ସଂକ୍ରମଣ କରୁଛି । ତେଣୁ ଆଗକୁ ଆମକୁ ସତର୍କ ରହିବାକୁ ପଡିବ । ସମସ୍ତଙ୍କୁ ଅନୁରୋଧ କରୁଛି ମାସ୍କ ପିନ୍ଧନ୍ତୁ । ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ପ୍ରତି ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିବା ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.