ETV Bharat / city

ନାଇଟ କର୍ଫ୍ୟୁ ସମୟରେ ପାଳୁଥିଲେ ଜନ୍ମଦିନ: ଅମାନିଆଙ୍କ ୧୨ ବାଇକ ଜବତ

author img

By

Published : Jan 21, 2022, 8:14 AM IST

ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଚାଲିଥିଲା ବାର୍ଥ ଡେ’ ସେଲିବ୍ରେସନ । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ଘଟଣାସ୍ଥଳରୁ ଏକାଧିକ ଗାଡିକୁ ଜବତ କରାଯାଇଛି । ଅଧିକ ପଢନ୍ତୁ

ନାଇଟ କର୍ଫ୍ୟୁ ସମୟରେ ଜନ୍ମଦିନ ପାଳନ କରିବା ପଡିଲା ମହଙ୍ଗା :  ୧୨ ବାଇକ ଜବତ
ନାଇଟ କର୍ଫ୍ୟୁ ସମୟରେ ଜନ୍ମଦିନ ପାଳନ କରିବା ପଡିଲା ମହଙ୍ଗା : ୧୨ ବାଇକ ଜବତ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସଂକ୍ରମଣକୁ ହ୍ରାସ କରିବା ପାଇଁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ଆଉ ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ନାଇଟ କର୍ଫ୍ୟୁ ସମୟରେ ଜନ୍ମଦିନ ପାଳନ କରିବା ପଡିଲା ମହଙ୍ଗା : ୧୨ ବାଇକ ଜବତ

ହେଲେ ନାଇଟ କର୍ଫ୍ୟୁକୁ କିଛି ଅମାନିଆ ମାନୁନଥିବା ନଜିର ଆସିଛି। ଏହି ସମୟରେ ଜନ୍ମଦିନ ପାଳନ ସେହି ଅମାନିଆଙ୍କୁ ମହଙ୍ଗା ପଡିଛି। ନାଇଟ କର୍ଫ୍ୟୁ ସମୟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା ।

ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଚାଲିଥିଲା ବାର୍ଥ ଡେ’ ସେଲିବ୍ରେସନ । ବାର୍ଥ ଡେ’ ପାଳନ କରୁଥିବା ସମୟରେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ଟି ଗାଡିକୁ ଜବତ କରାଯାଇଛି । କଣ ପାଇଁ ସେମାନେ ନାଇଟ କର୍ଫ୍ୟୁ ସମୟରେ ଜନ୍ମଦିନ ପାଳନ କରୁଥିଲେ ସେନେଇ ତଦନ୍ତ ଚାଲିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.