ETV Bharat / city

ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ୍‌ ଇନ୍ସପେକ୍ଟର, ୯ଟି ସ୍ଥାନରେ ରେଡ୍‌

author img

By

Published : May 5, 2022, 12:36 PM IST

Updated : May 5, 2022, 2:08 PM IST

ଭିଜିଲାନ୍ସ ଜାଲରେ ଲାଇଭ ଷ୍ଟକ ଇନ୍ସପେକ୍ଟର, ୯ଟି ସ୍ଥାନରେ ରେଡ
ଭିଜିଲାନ୍ସ ଜାଲରେ ଲାଇଭ ଷ୍ଟକ ଇନ୍ସପେକ୍ଟର, ୯ଟି ସ୍ଥାନରେ ରେଡ

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ କଳାରାହଙ୍ଗର ଲାଇଭ ଷ୍ଟକ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍‌(Vigilance Raid) । ଅଧିକ ପଢନ୍ତୁ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ୍‌ ଇନ୍ସପେକ୍ଟର । ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ୍‌ କଲା ଭିଜିଲାନ୍ସ । ଭୁବନେଶ୍ୱର ରଘୁନାଥପୁର କଳାରାହଙ୍ଗର ଲାଇଭ ଷ୍ଟକ୍‌ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଏକକାଳୀନ ୯ଟି ସ୍ଥାନରେ ଚଢାଉ ଚାଲିଥିବାବେଳେ ଭୁବନେଶ୍ୱରରେ ୮ଟି ଓ କଟକ ବାଙ୍କୀର ଗୋଟିଏ ସ୍ଥାନରେ ରେଡ୍‌(Vigilance Raid) ଜାରି ରହିଛି ।

ଏହି ଚଢାଉରେ ୫ ଜଣ DSP ଓ ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । କଳାରାହଙ୍ଗର ଅଫିସ, ପୈତୃକ ଘର ସମେତ ୯ଟି ଜାଗାରେ ଚଢାଉ କରୁଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :May 5, 2022, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.