ETV Bharat / city

ଡ୍ରାଇଭରଙ୍କ ଆନ୍ଦୋଳନ ତୀବ୍ରତର: ଭାଙ୍ଗିଲେ ଅଟୋ, ଅବରୋଧ କଲେ ରାସ୍ତା

author img

By

Published : Apr 18, 2022, 4:56 PM IST

Updated : Apr 18, 2022, 5:04 PM IST

ଡ୍ରାଇଭରଙ୍କ ଆନ୍ଦୋଳନ ତୀବ୍ରତର, ଭାଙ୍ଗିଲେ ଅଟୋ ଓ ଅବରୋଧ କଲେ ରାସ୍ତା
ଡ୍ରାଇଭରଙ୍କ ଆନ୍ଦୋଳନ ତୀବ୍ରତର, ଭାଙ୍ଗିଲେ ଅଟୋ ଓ ଅବରୋଧ କଲେ ରାସ୍ତା

୧୦ ଦଫା ଦାବି ନେଇ ଭୁବନେଶ୍ବରେ ଓଡିଶା ଡ୍ରାଇଭର ମହାସଂଘର ଜୋରଦାର ବିକ୍ଷୋଭ । ଏପଟେ ବନ୍ଦ କଲେ ମାଷ୍ଟରକ୍ୟାଣ୍ଟିନ ରାସ୍ତା ବନ୍ଦ କରିବା ସହ ଏକ ଅଟୋକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଫଳରେ ରାଜଧାନୀରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଭୁବନେଶ୍ବରେ ଓଡିଶା ଡ୍ରାଇଭର ମହାସଂଘର ଜୋରଦାର ବିକ୍ଷୋଭ । ଦାବି ପୂରଣ ନେଇ ଏଜିରୁ ବିଧାନସଭା ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ବନ୍ଦ କଲେ ଡ୍ରାଇଭର ମହାସଂଘ । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ପୋଲିସ ପ୍ରଶାସନ ବୁଝାସୁଝା ପରେ ରାସ୍ତାରୁ ହଟିଛନ୍ତି ଡ୍ରାଇଭର ମହାସଂଘ ।

ଡ୍ରାଇଭରଙ୍କ ଆନ୍ଦୋଳନ ତୀବ୍ରତର: ଭାଙ୍ଗିଲେ ଅଟୋ, ଅବରୋଧ କଲେ ରାସ୍ତା
ଏପଟେ ବନ୍ଦ କଲେ ମାଷ୍ଟରକ୍ୟାଣ୍ଟିନ ରାସ୍ତା ବନ୍ଦ କରିବା ସହ ଏକ ଅଟୋକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଫଳରେ ରାଜଧାନୀରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ଏଥିସହ ଆଇନକୁ ହାତକୁ ନେଇଛନ୍ତି ଉତ୍ତ୍ୟକ୍ତ ଡ୍ରାଇଭର । ସେହିପରି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତା ବନ୍ଦ ହୋଇଥିବା ବେଳେ ଲୋୟର ପିଏମଜି ପାଖରେ ଏକ ଅଟୋକୁ ଅଟକାଇବାକୁ ଯାଇ ଅଟୋକୁ ଭଙ୍ଗାରୁଜା କରିଛନ୍ତି ଡ୍ରାଇଭର । ଦାବି ପୂରଣ ନ ହେଲେ ଆହୁରି ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଧମକ ଦେଇଛି ଡ୍ରାଇଭର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Apr 18, 2022, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.