ETV Bharat / city

ULB Polls: ଝାରପଡ଼ା 32 ନମ୍ବର ଓ୍ବାର୍ଡରେ ଉତ୍ତେଜନା

author img

By

Published : Mar 24, 2022, 12:56 PM IST

Municipal Election:  ଝାରପଡ଼ା ସ୍ଥିତ 32ନମ୍ବର ଓ୍ବାର୍ଡରେ ଉତ୍ତେଜନା
Municipal Election: ଝାରପଡ଼ା ସ୍ଥିତ 32ନମ୍ବର ଓ୍ବାର୍ଡରେ ଉତ୍ତେଜନା

ଭୁବନେଶ୍ବର ମହାନଗର ନିଗମର ୩୨ ନମ୍ବର ୱାର୍ଡରେ ମତଦାନ ସମୟରେ ଉତ୍ତେଜନା ଦେଖାଦେଇଛି । ବିଜୁ ଜନତାଦଳ ତରଫରୁ ୩୩୮ ନମ୍ବର ବୁଥର ପୋଲିଂ ଏଜେଣ୍ଟ ବିଜେପିର କର୍ପୋରେଟ ପ୍ରାର୍ଥୀ ପ୍ରଭାତ କୁମାର ମାର୍ଥାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ପ୍ରତିନିଧି ବାଛୁଛନ୍ତି ସହରବାସୀ । ଏହି ସମୟରେ ଝାରପଡ଼ା ସ୍ଥିତ ୩୨ ନମ୍ବର ୱାର୍ଡର ୩୩୮ ନମ୍ବର ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି ।

Municipal Election: ଝାରପଡ଼ା ସ୍ଥିତ 32ନମ୍ବର ଓ୍ବାର୍ଡରେ ଉତ୍ତେଜନା

ସୂଚନାଅନୁସାରେ, ବିଜୁ ଜନତାଦଳ ତରଫରୁ ୩୩୮ ନମ୍ବର ବୁଥର ପୋଲିଂ ଏଜେଣ୍ଟ ବିଜେପିର କର୍ପୋରେଟ ପ୍ରାର୍ଥୀ ପ୍ରଭାତ କୁମାର ମାର୍ଥାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ବିଜେପିର କର୍ପୋରେଟ ପ୍ରାର୍ଥୀ ପ୍ରଭାତ କୁମାର ମାର୍ଥା ପୋଲିଂ ଏଜେଣ୍ଟକୁ ଧମକଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି ୩୩୮ନମ୍ବର ବୁଥର ପୋଲିଂ ଏଜେଣ୍ଟ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିବା ଜଣାପଡିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.