ETV Bharat / city

ଆରମ୍ଭ ହେଲା ନାନୋ ୟୁରିଆ ତରଳ ସାର ଯୋଗାଣ, ଭିସି ଯୋଗେ ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

author img

By

Published : Jul 8, 2021, 10:22 PM IST

ଆରମ୍ଭ ହେଲା ନାଆରମ୍ଭ ହେଲା ନାନୋ ୟୁରିଆ ତରଳ ସାର ଯୋଗାଣ,  ଭିସି ଯୋଗେ ଶୁଭାରମ୍ଭ କଲେ କୃଷିମନ୍ତ୍ରୀନୋ ୟୁରିଆ ସାର ଯୋଗାଣ,  ଭିସି ଯୋଗେ ଶୁଭାରମ୍ଭ କଲେ କୃଷିମନ୍ତ୍ରୀ
ଆରମ୍ଭ ହେଲା ନାନୋ ୟୁରିଆ ତରଳ ସାର ଯୋଗାଣ, ଭିସି ଯୋଗେ ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

ଭୁବନେଶ୍ବରରେ ଇଫକୋ ଦ୍ବାରା ନାନୋ ୟୁରିଆ (ତରଳ) ସାର ଯୋଗାଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ କୃଷିିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଇଫକୋ ଦ୍ବାରା ନାନୋ ୟୁରିଆ (ତରଳ) ସାର, ଗୁଜୁରାଟର କଲ୍ଲୋଳ କାରଖାନାରୁ ଓଡିଶା ପାଇଁ ଯୋଗାଣର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଭିସି ଯୋଗେ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଉତ୍ପାଦନ ଖର୍ଚ୍ଚ କମିବ, ଫଳରେ ଚାଷୀର ଅଧିକ ଲାଭ ହୋଇ ପାରିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ଆରମ୍ଭ ହେଲା ନାନୋ ୟୁରିଆ ତରଳ ସାର ଯୋଗାଣ, ଭିସି ଯୋଗେ ଶୁଭାରମ୍ଭ କଲେ କୃଷିମନ୍ତ୍ରୀ

ଏହା ଗଛର ବା ଫସଲର ଆବଶ୍ୟକତା ଅନୁଯାୟୀ ଧୀରେ ଧୀରେ ଏବଂ ଅନବରତ ଭାବରେ ପୋଷାକତତ୍ତ୍ଵ ଯୋଗାଇବ । ଫସଲ ଏହାକୁ ଖୁବଶୀଘ୍ର ଗ୍ରହଣ କରିବ, ତେଣୁ ଅମଳ ମଧ୍ୟ ବଢିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଫଟୋସିନ୍ଥେସିସ ଭଲ ଭାବରେ ସକ୍ଷମ ତଥା ତ୍ବରାନ୍ବିତ ହେବ । ଏହି ସାର ପ୍ରୟୋଗର ପରବର୍ତ୍ତୀ ଅବସ୍ଥାରେ ମୃତ୍ତିକାରେ କୌଣସି ଅବଶିଷ୍ଟାଂଶ ରୁହେନାହିଁ, ଫଳରେ ମୃତ୍ତିକାର ଉର୍ବରତା ବଜାୟ ରଖିବ। ନାନୋ ୟୁରିଆ ପ୍ରୟୋଗ ଫଳରେ ଫସଲର ମରୁଡି ସହନଶୀଳତା ବୃଦ୍ଧିପାଏ । ମୃତ୍ତିକାରୁ ସବୁଜଗୃହ ଗ୍ୟାସ ନିର୍ଗତ ମଧ୍ୟ ବହୁଳ ମାତ୍ରାରେ କମିଯାଏ, ଫଳରେ ବିଶ୍ବ ଉତ୍ତାପନ କମ ହେବାରେ ଏହା ଯଥେଷ୍ଟ ମାତ୍ରାରେ ସହାୟକ ହେବ ।

ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ମଧ୍ୟ ଏହିଁ ସାର ପ୍ରୟୋଗ ଫଳରେ କମ କରାଯାଇ ପାରିବ । ଯଦି ଏହାର ପରିମାଣ ବିଷୟରେ କହିବା,ତାହାଲେ ଏହାର କେବଳ ୫ ଶହ ମିଲି.ଲିଟର ପ୍ରୟୋଗ ଗୋଟିଏ ବ୍ୟାଗ ୟୁରିଆ ପ୍ରୟୋଗ ସହ ସମାନ ବୋଲି ଜଣାପଡିଛି । ତରଳ ନାନୋ ୟୁରିଆ ଓଡ଼ିଶାର କୃଷକ ଭାଇ ଓ ଭଉଣୀଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସମଗ୍ର ବିଶ୍ଵ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ଶିକାର ହେଉଛି । ପାଣିପାଗର ଅନିୟମିତତା କୃଷି କାର୍ଯ୍ୟକୁ ଏକ ବଡ ବିପଦ ଭିତରକୁ ଠେଲି ଦେଉଛି । ତରଳ ନାନୋ ୟୁରିଆ ସାରର ପ୍ରୟୋଗ ନିଶ୍ଚିତ ରୂପେ ଏକ ବିକଳ୍ପ ଭଳି କାମ କରିବ ବୋଲି ମନ୍ତ୍ରୀ ଆଶାବାଦୀ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.