ETV Bharat / city

8 ଘଣ୍ଟା ହେଲା ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର, ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ କହିଲେ ମନ୍ତ୍ରୀ

author img

By

Published : Aug 22, 2022, 4:36 PM IST

8 ଘଣ୍ଟା ହେଲା ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର, ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ କହିଲେ ମନ୍ତ୍ରୀ
8 ଘଣ୍ଟା ହେଲା ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର, ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ କହିଲେ ମନ୍ତ୍ରୀ

ସୁବର୍ଣ୍ଣରେଖାରେ ବନ୍ୟା ଜଳସ୍ତର ବଢ଼ିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୮ ଘଣ୍ଟା ହେଲା ସୁବର୍ଣ୍ଣରେଖାରେ ଜଳସ୍ତର ସ୍ଥିର ରହିଛି(Subarnarekha flood water level is stable) । ଉତ୍ତର ଓଡ଼ିଶା ପାଇଁ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ ରହିବ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡ଼ିଶା (flood in North Odisha ) । ସୁବର୍ଣ୍ଣରେଖାରେ ବନ୍ୟା ଜଳସ୍ତର ଗତ 8 ଘଣ୍ଟା ହେଲା ସ୍ଥିର ରହିଛି (Subarnarekha flood water level is stable) । ଭୋଗରାଇ, ଜଳେଶ୍ବର, ବସ୍ତା ଓ ବାଲିଆପାଳ ସମେତ ତଳିଆ ଅଞ୍ଚଳରେ ପାଣି ପଶିଛି (flood in North Odisha) । ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ସୃଷ୍ଟି ହୋଇନାହିଁ । ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବନ୍ୟାଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି, "ଉତ୍ତର ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା 3 ଦିନ ହେଲା ଲାଗି ରହିଛି । ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଏବେ ସ୍ଥିର ରହିଛି । ଜଳସ୍ତର 11.90 ମିଟର ରହିଛି । ଆଖୁଆପଦାରେ ବୈତରଣୀର ଜଳସ୍ତର କମିଛି । ରାଜ୍ୟର ଅନ୍ୟ ନଦୀରେ ମଧ୍ୟ ଜଳସ୍ତର କମୁଛି । ଆଜିର ଦିନ ଗୁରୁତ୍ବପୂର୍ଣ୍ଣ ରହିଛି ।"

ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ଜଳସଂପଦ ବିଭାଗର ସ୍ବତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ଓ ମହାନଦୀ ଅବବାହିକାରେ ଛାଡୁଥିବା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଆଗମୀ 23 ତାରିଖରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ବାବଦରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.