ETV Bharat / city

ରାଜ୍ୟରେ ହେବ ବିଶ୍ବସ୍ତରୀୟ ମ୍ୟୁଜିୟମ କଂପ୍ଲେକ୍ସ

author img

By

Published : Dec 31, 2021, 7:21 AM IST

Naveen Patnaik
Naveen Patnaik

ରାଜ୍ୟରେ ପ୍ରତିଷ୍ଠା ହେବ ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ କଂପ୍ଲେକ୍ସ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ କଂପ୍ଲେକ୍ସ ଖୋଲିବ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିବା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଓଡିଆ ସାହିତ୍ୟ, ସଂସ୍କୃତି ଓ ଇତିହାସକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିଛନ୍ତି । ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦଘାଟିତ ହୋଇଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ରାଜ୍ୟର ସର୍ବବୃହତ ଆର୍ଟ ଗ୍ୟାଲେରୀ । ଏହାଛଡା ଛତ୍ରପୁର, ପୁରୀ, ବାଲେଶ୍ବର, ସମ୍ବଲପୁର ଓ କୋରାପୁଟରେ 5ଟି ଗ୍ୟାଲେରୀ ଉଦଘାଟିତ ହୋଇଛି । ଓଡିଶା ଲଳିତ କଳା ଏକାଡେମୀ ସହଭାଗିତାରେ ଏହା ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ । ପେଣ୍ଟିଂ, ହସ୍ତକଳା ଆଦି ହେଉଛି ଆମର ବଡ ପୁଞ୍ଜି । ଆମ କଳାକୃତିର ସଂରକ୍ଷଣ ସହ ସୁରକ୍ଷା ଦିଗରେ ଏ ଆର୍ଟ ଗ୍ୟାଲେରୀ ସହଯୋଗ କରିବ । କଳିଙ୍ଗ ଆର୍ଟ ଗ୍ୟାଲେରୀ ରାଜ୍ୟର କଳା ଓ ଶିଳ୍ପୀମାନଙ୍କ ପାଇଁ ଏକ ପାୱାର ହାଉସ ଭଳି କାର୍ଯ୍ୟ କରିବ । ରାଜ୍ୟର ଶିଳ୍ପୀମାନେ ତାଙ୍କ କଳାକୃତୀର ପ୍ରଦର୍ଶନ ପାଇଁ ବଡ ସୁଯୋଗ ସୃଷ୍ଟି ହେବ । ଦେଶୀ ଓ ବିଦେଶୀ ପର୍ଯ୍ୟଟକ ମଧ୍ୟ ରାଜ୍ୟର କଳା ସଂସ୍କୃତି ବିଷୟରେ ଅଧିକ ଅବଗତ ହୋଇପାରିବେ ।

ଏହି ଅବସରରେ ରାଜ୍ୟରେ ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ କଂପ୍ଲେକ୍ସ ଖୋଲିବା ନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଆର୍ଟ ଗ୍ୟାଲେରୀ ରାଜ୍ୟର ଶିଳ୍ପୀଙ୍କ ଲାଗି ଉପାଦେୟ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଓଡିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇ ମତ ରଖିଛନ୍ତି । ମୁଖମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.