ETV Bharat / city

ସଂଖ୍ୟା ପରେ ଏବେ କୋରୋନା ମୃତଦେହ ଲୁଚାଉଛନ୍ତି ରାଜ୍ୟ ସରକାର: ବିଜେପି ନେତା

author img

By

Published : Jul 30, 2020, 7:39 PM IST

BJP leader
ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗ

ଅଣାୟତ୍ତ ହେବାରେ ଲାଗିଛି କୋରୋନା । ଏଭଳି ସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡନ୍ତୁ ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କୋରୋନା ଅଣାୟତ୍ତ ହେବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡନ୍ତୁ ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି । ଏହାସହ ରାଜ୍ୟ ସରକାର ଏବେ କୋରୋନା ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଭୃଗୁ ।

ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗ

ଭୃଗୁ କହିଛନ୍ତି ଯେ, କୋରୋନା ସଂକ୍ରମଣ ରୋଖିବାରେ ଲାଜ୍ୟ ସରକାର ସମ୍ପୁର୍ଣ୍ଣ ଫେଲ ମାରିଛନ୍ତି । ପୂର୍ବରୁ ମୃତ୍ୟୁ ସଂଖ୍ୟା ଲୁଚାଉ ଥିଲେ, ଆଉ ଏବେ ଶବ ଲୁଚାଉଛନ୍ତି ବୋଲି ବିଜେପି ନେତା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଆମ୍ବୁଲାନ୍ସ, ଆଇସିୟୁ, ଭେଣ୍ଟିଲେଟର ଯୋଗାଇବାରେ ସରକାର ଅସମର୍ଥ । ଏପଟେ ଗଞ୍ଜାମରେ ଦିନକୁ ଦିନ ପରିସ୍ଥିତି ବିଗାଡିବାରେ ଲାଗୁଥିବାବେଳେ ଏଯାଁଏ। ପ୍ଲାଜମା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗଞ୍ଜାମରେ ହେଲାନି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମରୁ ଏକପାଖିଆ ସମର୍ଥନ ମିଳିଥିବାରୁ ଆଜି ସେ ଶାସନ କରୁଛନ୍ତି । ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ହେଉଛି ଗଞ୍ଜାମ । ତେଣୁ ରାଜ୍ୟ ସରକାର ଗୃହମନ୍ତ୍ରୀ ଅମିତ ସାହାଙ୍କ ସହଯୋଗ ଲୋଡି କୋରୋନା ନିୟନ୍ତ୍ରଣରେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.