ETV Bharat / city

ବିଶ୍ବ ଶ୍ରମିକ ଦିବସ: ବିଜେଡିକୁ ଟାର୍ଗେଟ କଲା ବିଜେପି, ଶ୍ରମ ବିଭାଗ ପାଖରେ ନାହିଁ ସଠିକ୍‌ ତଥ୍ୟ

author img

By

Published : May 1, 2022, 8:31 PM IST

ସାରା ବିଶ୍ବ ପାଳୁଛି ବିଶ୍ବ ଶ୍ରମିକ ଦିବସ । ଏପଟେ ଶ୍ରମିକ ଦିବସକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଆଜି(ମଇ ୧) ଶ୍ରମିକ ଦିବସ ହେଲେ ଶ୍ରମ ବିଭାଗ ପାଖରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ସଠିକ୍‌ ତଥ୍ୟ ନାହିଁ ବୋଲି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି । ଅଧିକ ପଢନ୍ତୁ

ବିଶ୍ବ ଶ୍ରମିକ ଦିବସ
ବିଶ୍ବ ଶ୍ରମିକ ଦିବସ

ଭୁବନେଶ୍ବର: ସାରା ବିଶ୍ବ ପାଳୁଛି ବିଶ୍ବ ଶ୍ରମିକ ଦିବସ । ଏପଟେ ଶ୍ରମିକ ଦିବସକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଆଜି(ମଇ ୧) ଶ୍ରମିକ ଦିବସ ହେଲେ ଶ୍ରମ ବିଭାଗ ପାଖରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ସଠିକ୍‌ ତଥ୍ୟ ନାହିଁ ବୋଲି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ।

ବିଶ୍ବ ଶ୍ରମିକ ଦିବସ

ସେହିପରି ସାରା ଦେଶରେ ଦରଦାମ ବୃଦ୍ଧି ପାଇଛି, ହେଲେ ଶ୍ରମିକଙ୍କ ଦୈନିକ ମଜୁରୀ ବଢୁନାହିଁ ବୋଲି ସେ କହିଛନ୍ତି । ସରକାର ଯେଉଁ ମଜୁରୀ ନିର୍ଦ୍ଧାରଣ କରିଛନ୍ତି, ତାହାର ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ ମଧ୍ୟ ହେଉନାହିଁ । ଶ୍ରମିକମାନେ ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସେହିଭଳି ଗାଁରେ କାମ ନ ପାଇବା ଦ୍ଵାରା ଜୀବିକା ପାଇଁ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏମାନଙ୍କୁ ୩୬୫ ଦିନ କାମ ମିଳୁନାହିଁ । ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ଲାଗି ରାଜ୍ୟ ସରକାର ଗୁରୁତ୍ଵ ଦେଇଥିଲେ । ଏଥିସହ ମହାମାରୀ ଭିତରେ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ, ହେଲେ ସରକାରଙ୍କ ପାଖରେ କେତେ ପ୍ରବାସୀ ଶ୍ରମିକ ଫେରିଥିଲେ ତାହାର ତଥ୍ୟ ସରକାରଙ୍କ ପାଖରେ ନାହିଁ ।


ଅନ୍ୟପଟେ ଆଜି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଶ୍ରମିକମାନଙ୍କ ପ୍ରତି ଦରଦ ନାହିଁ । ବିଜେଡି କଥାକୁ ନେଇ ବିଜେପି କହିଛି, ରାଜ୍ୟରେ କଳକାରଖାନା ବନ୍ଦ ହୋଇପଡିଛି । ଶ୍ରମିକମାନେ କେତେ ଦୁର୍ଦ୍ଦଶାରେ ଅଛନ୍ତି ସରକାର କେବେ ଚିନ୍ତା କରିଛନ୍ତି । କେନ୍ଦ୍ର ସରକାର ଶ୍ରମିକ କଲ୍ୟାଣ ଦୃଷ୍ଟିରୁ ମହାମାରୀ ସମୟରେ ସହାୟତା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.