ETV Bharat / city

ସେପ୍ଟେମ୍ବର ପହିଲାରୁ ମୌସୁମୀ ଅଧିବେଶନ: ପ୍ରସଙ୍ଗ ଅନେକ, ସମୟ କମ

author img

By

Published : Aug 27, 2021, 4:45 PM IST

short term assembly session preparation both  BJP and congress
ପହିଲାରୁ ଆରମ୍ଭ ବିଧାନସଭା; ପ୍ରସଙ୍ଗ ଅନେକ, ସମୟ କମ

ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ସରକାରଙ୍କୁ ଟାର୍ଗେଟ କରିବା ଲାଗି ବିରୋଧୀଙ୍କ ହାତରେ ରହିଛି ମାଳ ମାଳ ପ୍ରସଙ୍ଗ । ଏହି ସମସ୍ତ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ସରକାରଙ୍କୁ ଅକଳରେ ପକାଇବା ଲାଗି ବିରୋଧୀଙ୍କ ହାତରେ ରହିଛି ମାଳ ମାଳ ପ୍ରସଙ୍ଗ । ମରୁଡି, ଷ୍ଟାଫ ସିଲେକସନରେ ଦୁର୍ନୀତି, ବିଦ୍ୟୁତ ଏବଂ ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା, କୋରୋନା ପରିଚାଳନାରେ ବିଭ୍ରାଟ ଭଳି ମାଳ ମାଳ ପ୍ରସଙ୍ଗ । ଏହି ସମସ୍ତ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । କିନ୍ତୁ ଚଳିତ ଅଧିବେଶନ ସ୍ବଳ୍ପ ଦିନିଆ ହୋଇଥିବାରୁ କେଉଁ ପ୍ରସଙ୍ଗ ବିରୋଧୀ ଉଠାଇବେ ଏ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ଶାସକ ଦଳ ବିଜେଡି ଆସନ୍ତା 31 ତାରିଖରେ ବିଧାୟକ ଦଳ ବୈଠକ ଡାକି ବିରୋଧୀଙ୍କୁ ସାମ୍ନା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ।

ପହିଲାରୁ ଆରମ୍ଭ ବିଧାନସଭା; ପ୍ରସଙ୍ଗ ଅନେକ, ସମୟ କମ

ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସୁରୁଖୁରୁରେ ବିଧାନସଭା ଚଳାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ସମସ୍ୟା ବହୁଳ ରାଜ୍ୟ ଓଡିଶା । ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା, ଦୁର୍ନୀତି, ପାନୀୟଜଳ ସମସ୍ୟା, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଶିକ୍ଷା ସମସ୍ୟା ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ । ଓଡିଶା ବିଧାନସଭାରେ ବିଭିନ୍ନ ବିଲ ଉପରେ ଆଲୋଚନା ହେଉନି । ଗୁରୁତ୍ବପୂର୍ଣ୍ଣ ବିଲ ଆଲୋଚନା ନ ହୋଇ ପାସ ହେଉଥିବାରୁ କୋର୍ଟ ସ୍ବୀକୃତି ଦେଉନି । ପୋଲିସ ବିଲ ଭଳି ଅନେକ ବିଲ କାର୍ଯ୍ୟକାରୀ ହେଉନି । ସଠିକ ଭାବେ ଆଲୋଚନା କରି ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ବିଜେପି ପକ୍ଷରୁ ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ଧାନ ମଣ୍ଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । ତା ସହିତ କୋଭିଡ ପରିଚାଳନା, ମନରେଗାରେ ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ଉଠାଇବ ବିଜେପି । ସୀମିତ କାର୍ଯ୍ୟକ୍ରମ ଭିତରେ ବିଜେପି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ।

ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ ମେମ୍ବର୍ସ ବିଜନେସ୍ ପାଇଁ ରହିଛି । ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି । ଚଳିତଥର ମଧ୍ୟ କୋରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ । ଯେଉଁମାନେ କୋଭିଡର ଦୁଇଟି ଡୋଜ ଟୀକା ନେଇଥିବେ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ସ୍ବଳ୍ପ ଦିନିଆ ଚଳିତ ଅଧିବେଶନ ହୋଇଥିବାରୁ ଶନିବାର ବିଧାନସଭା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପୂର୍ବାହ୍ନ ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ 4ଟାରୁ 6 ଟା ଯାଏଁ ଅଧିବେଶନ ଚାଲିବ । ଦିନକୁ 5 ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.