ETV Bharat / city

'ସାଧାରଣ ଜନତାଙ୍କ ଟଙ୍କା ଆତ୍ମସାତ କରୁଛନ୍ତି ରାଜ୍ୟ ସରକାର'

author img

By

Published : Oct 18, 2021, 7:50 PM IST

'ସାଧାରଣ ଜନତାଙ୍କ ଟଙ୍କା ଆତ୍ମସାତ କରୁଛନ୍ତି ରାଜ୍ୟ ସରକାର'
'ସାଧାରଣ ଜନତାଙ୍କ ଟଙ୍କା ଆତ୍ମସାତ କରୁଛନ୍ତି ରାଜ୍ୟ ସରକାର'

ପେଟ୍ରୋଲ ଡିଜେଲର ବର୍ଦ୍ଧିତ ତୈଳ ଦର ସାଧାରଣ ଜନତାଙ୍କ ପକେଟ ଉପରେ ବହୁ ବଡ଼ ପ୍ରଭାବ ପକାଉଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ହୁହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦର । ପେଟ୍ରୋଲ ଡିଜେଲର ବର୍ଦ୍ଧିତ ତୈଳ ଦର ସାଧାରଣ ଜନତାଙ୍କ ପକେଟ ଉପରେ ବହୁ ବଡ଼ ପ୍ରଭାବ ପକାଉଛି । ବର୍ତ୍ତମାନ ରାଜ୍ୟରେ ଇନ୍ଧନ ତୈଳ ଦର ୧୦୦ ପାର୍‌ ରହିଛି । ଏଭଳି ସ୍ଥିତିରେ ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ଲୋକେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ଇନ୍ଧନ ତୈଳ କିଣୁଛନ୍ତି । କାରଣ ଏହି ସବୁ ରାଜ୍ୟରେ ଇନ୍ଧନ ତୈଳ ଦଳ ଓଡ଼ିଶାଠାରୁ କମ୍‌ ରହିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

'ସାଧାରଣ ଜନତାଙ୍କ ଟଙ୍କା ଆତ୍ମସାତ କରୁଛନ୍ତି ରାଜ୍ୟ ସରକାର'

ଅନ୍ୟ ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ବଢ଼ିବା ପରେ ସବ୍‌ସିଡି ଦିଆଯାଉଛି । ହେଲେ ରାଜ୍ୟ ସରକାର ତାହା କରୁନଥିବା ଅଭିଯୋଗ ହୋଇଛି । ଫଳରେ ସୀମାନ୍ତରେ ରହୁଥିବା ଲୋକେ ପଡ଼ୋଶୀ ରାଜ୍ୟକୁ ଯାଇ ଇନ୍ଧନ ତୈଳ କିଣୁଛନ୍ତି । ଏହାର ପରିଣାମ ସ୍ବରୁପ ସ୍ଥାନୀୟ ପେଟ୍ରୋଲ ପମ୍ପଙ୍କୁ କ୍ଷତି ସହିବାକୁ ପଡ଼ୁଛି ।

ଏହାକୁ ନେଇ ସୁର ରାଉତରାୟ କହିଛନ୍ତି ଯେ, "ପେଟ୍ରୋଲ ଡିଜେଲ ଦର ବଢ଼ିବାରୁ ସୀମାନ୍ତରେ ବାସ କରୁଥିବା ଲୋକେ ପଡ଼ୋଶୀ ରାଜ୍ୟକୁ ଉପରେ ଆଶା କରିବାକୁ ବସିଲେଣି । ଆମ ରାଜ୍ୟ ସରକାର କେବଳ ନିଜର ପୋଷ୍ଟରବ୍ୟାନରରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ପେଟ୍ରୋଲ ଡିଜେଲକୁ ନେଇ ପଶ୍ଚିମବଙ୍ଗ ୫୦ ଟଙ୍କା ସବ୍‌ସିଡି ଦେଉଛି । ଆନ୍ଧ୍ର ୪୦ ଟଙ୍କା ସବ୍‌ସିଡି ଦେଉଛି । ହେଲେ ରାଜ୍ୟ ସରକାର ତାହା କରୁ ନାହାନ୍ତି । ସାଧାରଣ ଜନତାଙ୍କ ଟଙ୍କାକୁ ଅପଚୟ କରୁଛନ୍ତି ରାଜ୍ୟ ସରକାର ।"

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.