ETV Bharat / city

ରୋଗୀ ମୃତ୍ୟୁକୁ ନେଇ ବିବେକାନନ୍ଦ ହସ୍ପିଟାଲରେ ଚାପା ଉତ୍ତେଜନା

author img

By

Published : Jul 3, 2021, 10:26 AM IST

Updated : Jul 3, 2021, 10:52 AM IST

ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା । ଏପଟେ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଡାକ୍ତରଙ୍କ ଅବହେଳା ନେଲା ରୋଗୀର ଜୀବନ । ଭୁବନେଶ୍ବର ସ୍ଥିତ ବିବେକାନନ୍ଦ ହସ୍ପିଟାଲ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଯାହାକୁ ନେଇ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା ।

ରୋଗୀ ମୃତ୍ୟୁକୁ ନେଇ ବିବେକାନନ୍ଦ ହସ୍ପିଟାଲରେ ଚାପା ଉତ୍ତେଜନା

ସୂଚନାମୁତାକ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ହେବାରୁ ମେଣ୍ଢାଶାଳ ଗାଁର ଜଣେ ନବବଧୂଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଏପଟେ ବିଳମ୍ବରେ ଡାକ୍ତର ଆସି ଇଞ୍ଜେକ୍ସନ ଦେବାର ମାତ୍ର 5 ମିନିଟ ପରେ ହଠାତ୍ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁର କାରଣ ବିଷୟରେ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲ ସିକ୍ୟୁରିଟି, ଅଫିସରେ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ଉତେଜନା ଲାଗି ରହି ଥିବାରୁ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହସ୍ପିଟାଲ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକ ହେଉଛନ୍ତି ମେଣ୍ଢାଶାଳ ଗ୍ରାମର ଏବଂ ସେ କିଛି ଦିନ ତଳେ ବରମୁଣ୍ଡା ଅଞ୍ଚଳରେ ବିବାହ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Jul 3, 2021, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.