ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସୂଚନା ଅଧିକାର କର୍ମୀ

author img

By

Published : Dec 23, 2020, 10:06 PM IST

Right to Information Press Conference
ସୂଚନା ଅଧିକାର ସାମ୍ବାଦିକ ସମ୍ମିଳନୀ : ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ସୂଚନା ଅଧିକାର ସାମ୍ବାଦିକ ସମ୍ମିଳନୀ । ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସୂଚନା ଅଧିକାର ଅଭିଯାନର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି ଶୂନ ସହିଷ୍ଣୁତା ନୀତି ଉପରେ ପ୍ରଶ୍ନବାଚୀ ଉଠାଇଛି ଓଡିଶା ସୂଚନା ଅଧିକାର ଅଭିଯାନ । ବୁଧବାର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ପ୍ରଚାର ବନାମ ବାସ୍ତବତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।

ସୂଚନା ଅଧିକାର ସାମ୍ବାଦିକ ସମ୍ମିଳନୀ : ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ,ଦୁର୍ନୀତିଖୋର ସରକାରୀ ଚାକିରିଆଙ୍କୁ ତୁରନ୍ତ ଚାକିରିରୁ ବିଦା କରିବା ବିଷୟରେ ଯେଉଁ ସୂଚନା ଦେଇଛନ୍ତି ତାହା କେତେ ବାସ୍ତବ ସେ ଆଙ୍ଗୁଳି ଉଠାଇଛନ୍ତି ପ୍ରଦୀପ । ସଠିକ ତଥ୍ୟ ନ ଥାଇ କେଉଁ ଆଧାରରେ ଗଣମାଧ୍ୟମ ସମ୍ବାଦ ପରିବେଷଣ କରୁଛନ୍ତି ତା ଉପରେ ଏକ ବଡ ପ୍ରଶ୍ନ ବୋଲି ପ୍ରଦୀପ କହିଛନ୍ତି । ତେବେ ସରକାରଙ୍କ ଉଦ୍ଧେଶ୍ୟରେ ୪ଟି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସରପଞ୍ଚ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ନିଜର ସମ୍ପତି ତାଲିକା ସାର୍ବଜନୀନ କରିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି । ହେଲେ ଲୋକଯୁକ୍ତଙ୍କ ନିୟମ ଆଧାରରେ ପ୍ରତ୍ୟକ ରାଜନୈତିକ ବ୍ୟକ୍ତି ନିଜର ସମ୍ପତି ତାଲିକା ସାର୍ବଜନୀନ କରିବା କଥା ଆଇନ ରେ ବହୁ ଆଗରୁ ରହିଛି ହେଲେ ମୁଖ୍ୟମନ୍ତ୍ରୀଙ୍କର ଏବେ ମନେପଡ଼ିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.