ETV Bharat / city

ବରିଷ୍ଠ IAS ସ୍ତରରେ ଅଦଳବଦଳ: ରାଜ କୁମାର ଶର୍ମା ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

author img

By

Published : Jan 2, 2022, 6:10 PM IST

ବରିଷ୍ଠ IAS ସ୍ତରରେ ଅଦଳବଦଳ: ରାଜ କୁମାର ଶର୍ମା ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ବରିଷ୍ଠ IAS ସ୍ତରରେ ଅଦଳବଦଳ: ରାଜ କୁମାର ଶର୍ମା ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ବରିଷ୍ଠ IAS ସ୍ତରରେ ଅଦଳବଦଳ । 1987 ବ୍ୟାଚର ବରିଷ୍ଠ IAS ଅଧିକାରୀ ରାଜ କୁମାର ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅବସ୍ଥାପିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ବରିଷ୍ଠ IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ 1987 ବ୍ୟାଚର ବରିଷ୍ଠ IAS ଅଧିକାରୀ ରାଜ କୁମାର ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅବସ୍ଥାପିତ ହୋଇଛନ୍ତି ।

1990 ବ୍ୟାଚର ବରିଷ୍ଠ IAS ଅଧିକାରୀ ସଞ୍ଜୀବ ଚୋପ୍ରା କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ ପାଇଛନ୍ତି । ଚୋପ୍ରା ପୂର୍ବଭଳି ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ସେହିଭଳି 1991 ବ୍ୟାଚର ମଧୁସୂଦନ ପାଢ଼ୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । 1991 ବ୍ୟାଚର ସତ୍ୟବ୍ରତ ସାହୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । 1994 ବ୍ୟାଚର ବରିଷ୍ଠ IAS ଅଧିକାରୀ ରଞ୍ଜନା ଚୋପ୍ରାଙ୍କୁ ଅଣୁ କ୍ଷୁଦ୍ର ମଧ୍ୟମ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି ।

1995 ବ୍ୟାଚର ହେମନ୍ତ ଶର୍ମା ଅତିରିକ୍ତ ଭାବେ IDCO ର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । 1995 ବ୍ୟାଚର IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ମିଳିଛି । 1998 ବ୍ୟାଚର ବରିଷ୍ଠ IAS ଅଧିକାରୀ ସୁରେଶ ବୈଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତି ଦିଆଯାଇଛି । 199 ବ୍ୟାଚର IAS ଅଧିକାରୀ ଭାସ୍କର ଜ୍ୟୋତି ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଆୟୁକ୍ତ ସହ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । 2008 ବ୍ୟାଚର ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଅତିରିକ୍ତ ଭାବେ IDCO ର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.