ETV Bharat / city

ପ୍ରଫେସର ବଂଶୀଧର ମାଝୀ ହେଲେ ଭିସୁଟର କୁଳପତି

author img

By

Published : Jun 28, 2021, 3:14 PM IST

Updated : Jun 28, 2021, 4:28 PM IST

Professor Bansidhar Majhi appointed  new vice chancellor of VSSUT
ପ୍ରଫେସର ବଂଶୀଧର ମାଝୀ ହେଲେ ଭିସୁଟର କୁଳପତି

ବୀର ସୁରେନ୍ଦ୍ର ସାଏ ବୈଷୟକ ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ବଂଶୀଧର ମାଝୀଙ୍କୁ ନୂତନ କୁଳପତି ଭାବରେ ନିଯୁକ୍ତ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ...

ଭୁବନେଶ୍ବର: ନିଯୁକ୍ତି ପାଇଲେ ବୀର ସୁରେନ୍ଦ୍ର ସାଏ ବୈଷୟକ ବିଶ୍ବବିଦ୍ୟାଳୟର କୁଳପତି । ନିଯୁକ୍ତି ଦେଇଛନ୍ତି ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଫେସର ବଂଶୀଧର ମାଝୀ ହୋଇଛନ୍ତି ଭିସୁଟ ବିଶ୍ବବିଦ୍ୟାଳୟର ନୂତନ କୁଳପତି ।

ଓଡ଼ିଶା ବିଶ୍ବବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ 2020 ଅନୁସାରେ ପ୍ରଫେସର ବଂଶୀଧର ମାଝୀଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆସନ୍ତା 3 ବର୍ଷ ପାଇଁ ପର୍ଯ୍ୟନ୍ତ ପ୍ରଫେସର ବଂଶୀଧର ମାଝୀଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ପ୍ରଫେସର ମାଝୀ ଏବେ ଆଇଆଇଆଇଟିଡିଏମ କାଞ୍ଚିପୁରମ ଚେନ୍ନାଇର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ମାଝୀଙ୍କ 26 ବର୍ଷର ଅଭିଜ୍ଞତା ରହିଛି । 18 ଜଣ ପିଏଚଡି ଓ 70 ଜଣ ଏମ.ଟେକ ଛାତ୍ରଛାତ୍ରୀଙ୍କୁ ସେ ଗାଇଡ଼ କରିଛନ୍ତି । 2016ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ଆୱାର୍ଡରେ ମଧ୍ୟ ପୁରସ୍କୃତ କରାଯାଇଛି ।

ଭୁବନେଶ୍ବରରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jun 28, 2021, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.