ETV Bharat / city

Night Curfew: ସଟର ପଡିଲା, ପିସିଆର ବୁଲିଲା

author img

By

Published : Jan 7, 2022, 10:53 PM IST

ଭୁବନେଶ୍ବରରେ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ସହର ସାରା ପୋଲିସ ଭ୍ୟାନ ବୁଲି କରୁଛି ପାଟ୍ରୋଲିଂ । ଅଧିକ ପଢନ୍ତୁ

ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଦେଖନ୍ତୁ କେମିତି ବୁଲୁଛନ୍ତି ପୋଲିସ
ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଦେଖନ୍ତୁ କେମିତି ବୁଲୁଛନ୍ତି ପୋଲିସ

ଭୁବନେଶ୍ବର: ରାତି ବଢିଲା କର୍ଫ୍ୟୁ ଲାଗିଲା । ସହର ଭିତରେ ପୋଲିସ ପଇଁତରା ମାରୁଛି । ସହରର ଗଳି କନ୍ଦି ଛକ ଆଦି ବୁଲି କମ୍ପୁଛି ପୋଲିସ ପିସିଆର ସାଇରନ । ଆଉ ପୋଲିସ ଆରମ୍ଭ କରିଛି ଏନଫୋର୍ସମେଣ୍ଟ । ନାଇଟ କର୍ଫ୍ୟୁ କଟକଣା ପାଇଁ ବୁଲିବୁଲି ପୋଲିସ ଚଳାଇଛି ପାଟ୍ରୋଲିଂ ।

ମାଷ୍ଟରକ୍ୟାଣ୍ଟିନରୁ ଏକତ୍ରିତ ପୋଲିସ ଭ୍ୟାନ‌ ସହରରେ ବୁଲିବୁଲି ଲୋକଙ୍କୁ ପ୍ରଥମେ ଅବଗତ କରାଇଛନ୍ତି । କୋରୋନା ଭୟରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଘରୁ ନବାହାରିବାକୁ ମାଇକ ଯୋଗେ କରିଛନ୍ତି ସଚେତନ । ଆଉ ଏହାସତ୍ତ୍ବେ ସହରର ବିଭିନ୍ନ ସ୍ଥାନରେ ବାରିକେଡ ଲଗାଇ ପୋଲିସ କରିବ ଚେକିଂ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.