ETV Bharat / city

ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ, NHRCରେ ପହଞ୍ଚିଲା ମାମଲା

author img

By

Published : Oct 12, 2022, 11:20 AM IST

ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ
ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ

ଦିନକୁ ଦିନ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ମାୟାବିନୀ ଅର୍ଚ୍ଚନା ନାଗଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଏହାକୁ ରାଜ୍ୟ ରଜନୀତିରେ ମଧ୍ୟ କମ୍ପନ ସୃଷ୍ଚି ହୋଇଛି । ଏହାରି ଭିତରେ ଅର୍ଚ୍ଚନାଙ୍କ ବିରୋଧରେ ଜାତୀୟ ମାନବାଧିକାର ଆୟୋଗରେ ପିଟିସନ ଦାୟର ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗରେ ପହଁଚିଛି । ଅର୍ଚ୍ଚନା ରୂପ ବଦଳାଇ ବଡ଼ବଡ଼ିଆ ଲୋକଙ୍କୁ ବ୍ଲାକମେଲ କରିଥିବା ଜଣାପଡିଛି । ଏନେଇ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର ଆୟୋଗରେ ମାମଲା ରୁଜୁ କରିଛନ୍ତି । ଏହି ପିଟିସନ ରେ ଦର୍ଶାଇଛନ୍ତି ଯେ, ଅର୍ଚ୍ଚନା ନାମୀ ମହିଳା ବିଭିନ୍ନ ସମୟରେ ରୂପ ବଦଳାଇ ବଡ଼ ବଡ଼ିଆ ଲୋକଙ୍କୁ ବ୍ଲାକମେଲ କରୁଥିଲେ । ଅର୍ଚ୍ଚନା ନାଗ ନାମୀ ମହିଳାଙ୍କ ନାମରେ ରାଜଧାନୀର ଖଣ୍ଡଗିରି ଥାନା, ନୟାପଲ୍ଲୀ ଥାନା, ମହିଳା ଥାନାରେ ବହୁତ ଅଭିଯୋଗ ରହିଛି । ଏହି ମହିଳା ଜଣଙ୍କ ଲୋକଙ୍କୁ ଲୁଟି ଭୁବନେଶ୍ବରରେ କୋଟି କୋଟି ଟଙ୍କାର ମାଲିକ, ବହୁତ ଦାମୀ ଘର, ଦାମୀ ଗାଡ଼ି ସମ୍ପତ୍ତିର ଅଧିକାରୀ ହୋଇଛନ୍ତି । ଏହା ତଦନ୍ତ କରିବାକୁ ଦାବି କରି ଏନଏଚଆରସିରେ ପିଟିସନ ଦାୟର କରିଛନ୍ତି ସୁବ୍ରତ କୁମାର ଦାସ । ତାଙ୍କ ପିଟିସନକୁ ଗ୍ରହଣ କରିଥିବା ନେଇ ସୂଚନା ଦେଇଛନ୍ତି ଏନଏଚଆରସି ।

ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ
ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ

‘‘ଅର୍ଚ୍ଚନା ନାଗ ନାମୀ ମହିଳା ବିଭିନ୍ନ ଝିଅମାନଙ୍କୁ ନେଇ ସେକ୍ସ କାରବାରରେ ଲଗାଉଥିଲେ । ତାଙ୍କ ପଛରେ ରାଜ୍ୟର ବହୁ ବଡ଼ ବଡ଼ିଆ ଅଫିସର, ନେତା, ମନ୍ତ୍ରୀ ସାମିଲ ଥିବାର ଚର୍ଚ୍ଚା ଜୋର ଧରିଛି । ଏ ଘଟଣାରେ ପୋଲିସ ବିଭାଗ ନୀରବ ଦ୍ରଷ୍ଟା ସାଜିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ଯାହା ପ୍ରକୃତ ସତ୍ୟା ସତ ସାମ୍ନାକୁ ଆସିବା ଆବଶ୍ୟକ ରହିଛି’’ ବୋଲି କହିଛନ୍ତି ପିଟିସନର ସୁବ୍ରତ କୁମାର ଦାସ । ଏହି ଘଟଣା ସାରା ରାଜ୍ୟରୁ ବିଭିନ୍ନ ମହଲରୁ ବହୁତ ଉଦବେଗ ପ୍ରକାଶ ପାଉଛି । ସୁବ୍ରତ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାବି କରିଛନ୍ତି ଯେ, ଅର୍ଚ୍ଚନା ନାମୀ ମହିଳାଙ୍କ ସମ୍ପୂର୍ଣ୍ଣ ଘଟଣାରେ କମିଶନଙ୍କ ଏକ ଟିମ ତଦନ୍ତ କରି ପ୍ରକୃତ ସତ୍ୟାସତ ରାଜ୍ୟବାସୀଙ୍କ ସାମ୍ନାକୁ ଆଣନ୍ତୁ । ଏହା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ସୁବ୍ରତ ଦାସ ।

ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ

ଏହା ବି ପଢନ୍ତୁ....Blackmailer Archana: CBI ତଦନ୍ତ ଦାବି କଲା ବିଜେପି, ବିଜେଡି କହିଲା ପ୍ରଶ୍ନ ନୁହେଁ ଆଗ ଉତ୍ତର ଦିଅ

ପ୍ରକାଶ ଥାଉକି, ଗତକାଲି ଅର୍ଚ୍ଚନା ନାଗ ଜାମିନ ମାମଲାର ଶୁଣାଣି ହୋଇଥିଲା । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଭିଡିଓ କନଫରେନ୍ସଂ ଜରିଆରେ ଅର୍ଚ୍ଚନାଙ୍କ ଦ୍ବାରା କରାଯାଇଥିବା ଜାମିନ ଆବେଦନର ଶୁଣାଣି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ଶୁଣାଣି ହୋଇଥିଲା । ଅର୍ଚ୍ଚନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ସିବିଆଇ ତଦନ୍ତ ଦାବି କରିଛି । ବର୍ତ୍ତମାନ ରାଜନୈତିକ ଦଳର ନେତା, ବଲିଉଡ, ବ୍ୟବସାୟୀଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.