ETV Bharat / city

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ RTI କର୍ମୀଙ୍କ ବିକ୍ଷୋଭ

author img

By

Published : Nov 30, 2020, 1:57 PM IST

ପରୀ ହତ୍ୟାକାଣ୍ଡ
ପରୀ ହତ୍ୟାକାଣ୍ଡ

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି । ଆରଟିଆଇ କର୍ମୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ଭୁବନେଶ୍ବର: ନୟାଗଡ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଆରଟିଆଇ କର୍ମୀଙ୍କ ବିକ୍ଷୋଭ । ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର ଦାବି ନେଇ ରାଜ୍ୟ ସୂଚନା ଅଧିକାରୀ କର୍ମୀମାନେ ବିକ୍ଷୋଭ କରିଛନ୍ତି ।

ପରୀ ହତ୍ୟାକାଣ୍ଡ

ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାଜ୍ୟ ସୂଚନା ଅଧିକାରୀ କର୍ମୀମାନେ ବିକ୍ଷୋଭ କରିଛନ୍ତି । ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ଆରଟିଆଇ କର୍ମୀ । ସେହିପରି ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଏସଆଇଟିକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆରଟିଆଇ କର୍ମୀ ଏହାକୁ ବିରୋଧ କରିଛନ୍ତି ।

ପୂର୍ବରୁ ଯେଉଁ ସମସ୍ତ ଘଟଣାରର ଏସଆଇଟି ତଦନ୍ତ କରିଛି ସେ ସମସ୍ତ ଘଟଣା ପଦାକୁ ଆସିପାରିନାହିଁ ବୋଲି ଦର୍ଶାଇ ଏସଆଇଟି ତଦନ୍ତକୁ ବିରୋଧ କରିଛନ୍ତି ଆରଟିଆଇ କର୍ମୀ । ସେହିପରି ପରୀ ଘଟଣାରେ ସିବିଆଇ ତଦନ୍ତ କରିବା ସହ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଏମାନେ ଦାବି କରିଛନ୍ତି । ଏହାସହ ପରୀର ପରିବାର ଓ ଆରଟିଆଇ କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.