ETV Bharat / city

‘ପୁରୁଣା କେସ ହେବ ରିଓପନ, ହତ୍ୟା ଏବଂ ଡକାୟତି ମାମଲାରୁ ଉଠିବ ପରଦା’

author img

By

Published : Jul 24, 2020, 4:01 PM IST

Updated : Jul 24, 2020, 6:11 PM IST

ରାଜଧାନୀର ବିଭିନ୍ନ ଥାନା ଅଧୀନରେ ପଡିରହିଥିବା କେସ ଗୁଡିକୁ ରିଓପନ କରାଯିବ। ଏହା ସହ ଏଥିପାଇଁ କଡା ତଦନ୍ତ ପ୍ରକ୍ରିୟା କରାଯିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ଡିସିପି ଡ. ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି । ଇଟିଭି ଭାରତକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ପୁରୁଣା କେସ ଗୁଡିକର ସମାଧାନ ପ୍ରମୁଖ ଲକ୍ଷ୍ୟ: ଡିସିପି ଉମାଶଙ୍କର ଦାସ
ପୁରୁଣା କେସ ଗୁଡିକର ସମାଧାନ ପ୍ରମୁଖ ଲକ୍ଷ୍ୟ: ଡିସିପି ଉମାଶଙ୍କର ଦାସ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଥାନା ଅଧୀନରେ ପଡିରହିଥିବା କେସ ଗୁଡିକର ଗୁରୁତ୍ବ ଅନୁସାରେ ସମାଧାନ କରାଯିବ । ଏହା ସହ ଏଥିପାଇଁ କଡା ତଦନ୍ତ ପ୍ରକ୍ରିୟା କରାଯିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ଡିସିପି ଡ. ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି । ଇଟିଭି ଭାରତକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି ।

‘ପୁରୁଣା କେସ ହେବ ରିଓପନ, ହତ୍ୟା ଏବଂ ଡକାୟତି ମାମଲାରୁ ଉଠିବ ପରଦା’

ରାଜଧାନୀର ବିଭିନ୍ନ ଥାନାରେ ବହୁ ବର୍ଷ ଧରି ପଡିରହିଛି ଅନେକ କେସ । ଏହି କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ନୂତନ ଭାବରେ ଯୋଗ ଦେଇଥିବା ଡିସିପି ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ବିଶେଷ କରି ପୂର୍ବରୁ ପଡିରହିଥିବା ହତ୍ୟା ଏବଂ ଡକାୟତି ଭଳି ମାମଲା ରିଓପନ ହେବା ସହିତ ଏହାର ପର୍ଦ୍ଦାଫସ ହେବ । ପ୍ରଭାବଶାଳୀ ଭାବେ ଷ୍ଟ୍ରିମଲାଇନ ପ୍ରକ୍ରିୟାରେ ଏହି କେସ ଗୁଡିକର ତଦନ୍ତ କରାଯିବ। ଏପରିକି ତଦନ୍ତ ପ୍ରକ୍ରିୟାକୁ ସଠିକ ଢଙ୍ଗରେ କିପରି କରାଯିବ ତାକୁ ଗୁରୁତ୍ବ ଦିଆଯିବ ବୋଲି ନବନିଯୁକ୍ତ ଭୁବନେଶ୍ବର ଡିସିପି ପ୍ରକାଶ କରିଛନ୍ତି ।

ଅପରାଧ ଓ ଅପରାଧୀଙ୍କ ଉପରେ ତାଙ୍କର ନଜର ରହିବା ସହ ସହରବାସୀଙ୍କ ଅଭିଯୋଗର ତ୍ବରିତ ସମାଧାନ ଉପରେ ଫୋକସ ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଇନଶୃଙ୍ଖଳା ରକ୍ଷା ଓ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସହ କୋରୋନା ମୁକାବିଲା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଏହା ସହ ମହାମାରୀ ସମୟରେ ସହରବାସୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ନୂତନ ଦାୟିତ୍ବ ନେଇଥିବା ୨୦୦୮ ବ୍ୟାଚର ଆଇପିଏସ ଡ଼. ଉମାଶଙ୍କର ଦାସ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated :Jul 24, 2020, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.