ETV Bharat / city

ଶିଶୁ ମୃତ୍ୟୁହାର ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : May 26, 2022, 8:29 PM IST

ଶିଶୁ ମୃତ୍ୟୁହାର ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଶିଶୁ ମୃତ୍ୟୁହାର ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାକୁ ବଡ ସଫଳତା । ପ୍ରତି ଏକ ହଜାରରେ ୩୬କୁ କମିଲା ଶିଶୁ ମୃତ୍ୟୁହାର । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାକୁ ବଡ ସଫଳତା । ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୩୬କୁ କମିଛି । ୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସପାଇଛି । ଏହା ସାରା ଦେଶରେ ସର୍ବାଧିକ ହ୍ରାସ ବୋଲି ସର୍ଭେରୁ ଜଣାପଡିଛି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡିଶା କ୍ରମାଗତ ଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି । ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି । ଆଜି ମୋ ସରକାରର ସମୀକ୍ଷା ବୈଠକର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି । ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି । ଏହା ସାରା ଦେଶରେ ସର୍ବାଧିକ ହ୍ରାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ରାଜ୍ୟର ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି ।' ରାଜ୍ୟର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.