ETV Bharat / city

Odisha Corona: ବଢିଲା ସଂକ୍ରମଣ, ଦିନକରେ 31 ପଜିଟିଭ

author img

By

Published : Jun 9, 2022, 10:04 AM IST

ବଢିଲା ସଂକ୍ରମଣ,  ଦିନକରେ 31 ପଜିଟିଭ
ବଢିଲା ସଂକ୍ରମଣ, ଦିନକରେ 31 ପଜିଟିଭ

ଉପରମୁହାଁ ହୋଇଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ 31 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 30 ପାର ହୋଇଛି ଯାହା ଚିନ୍ତା ବଢାଇଲାଣି । ଗତ 24 ଘଣ୍ଟାରେ ରାଜ୍ୟରେ 31 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 18 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 2ଜଣ ଶିଶୁ ଆକ୍ରାନ୍ତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 16, ଖୋର୍ଦ୍ଧାରୁ 10, ଝାରସୁଗୁଡାରୁ 1, ପୁରୀରୁ 1 ଓ ଷ୍ଟେଟପୁଲରୁ 3 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 576ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 127 ସକ୍ରିୟ ମାମଲା ରହିଛି । ନୂଆ 9 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 270 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ପୁଣି 7 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.