ETV Bharat / city

ହକି ଖେଳାଳୀ ନମିତା ଟପ୍ପୋଙ୍କୁ 28ତମ ଏକଲବ୍ୟ ପୁରସ୍କାର

author img

By

Published : Dec 27, 2020, 8:10 PM IST

odisha hockey player namita tappo got eklabya award
ହକି ଖେଳାଳୀ ନମିତା ଟପ୍ପୋଙ୍କୁ 28ତମ ଏକଲବ୍ୟ ପୁରସ୍କାର

ହକି ଖେଳାଳି ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାରରେ ସମ୍ମାନୀତ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ନମିତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ କ୍ରୀଡ଼ାବିତଙ୍କୁ ସମ୍ମାନୀତ କରାଯାଉଛି।

ଭୁବନେଶ୍ବର: ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ୨୮ତମ ଏକଲବ୍ୟ ପୁରସ୍କାର । ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ନମିତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଭିନ୍ନ କ୍ରୀଡ଼ାବିତଙ୍କୁ ସମ୍ମାନୀତ କରାଯାଉଛି। ଏଥିପାଇଁ ଆଜି(ରବିବାର) ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କରୋନାଜନିତ କଟକଣାକୁ ଯୋଗୁଁ ଏକ ନିରାଡ଼ମ୍ବର ଓ ସଂକ୍ଷିପ୍ତ ସମାବେଶରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ଏପ୍ରିଲ୍ ୧ ତାରିଖ ୨୦୧୮ରୁ ମାର୍ଚ୍ଚ ୩୧ ତାରିଖ ୨୦୨୦ ମଧ୍ୟରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନମିତା ଟପ୍ପୋ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ତାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନୀତ କରିଛି ଇମ୍ଫା । ଏହି ଅବସରରେ ଉଦୀୟମାନ ଭାର ଉତ୍ତୋଳନକାରୀ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ମାନପତ୍ର ସହ ପଚିଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଭର୍ଚୁଆଲ ମାଧ୍ୟମରେ ଏଥିରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଲୋକସଭାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ଦେବା ସହ ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ମାନପତ୍ର ଦେଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, "ଓଡ଼ିଶାର କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ଦେବାର ଏହି ଦୀର୍ଘଯାତ୍ରା ଆଗକୁ ମଧ୍ୟ ଜାରି ରହିବ। ଏଭଳି କ୍ରୀଡ଼ାବିତଙ୍କ ଓଡ଼ିଶା ଆଜି ଗର୍ବିତ।"

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.