ETV Bharat / city

Disaster Management Act: ହଟିଲା କୋଭିଡ ମହାମାରୀ ଆଇନ

author img

By

Published : Mar 31, 2022, 5:50 PM IST

Updated : Mar 31, 2022, 7:15 PM IST

କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ଆଇନ ହଟିଲା । କୋଭିଡ ବିପର୍ଯ୍ୟୟ ଆଇନ ବା ମହାମାରୀ ଆଇନ ଅନ୍ତର୍ଗତ ହେବ ନାହିଁ । କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନକୁ ଦୁଇ ବର୍ଷ ପରେ ଉଠାଇ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ହଟିଲା ନିୟମ, ଏଣିକି ଆଉ କୋଭିଡ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ନୁହେଁ
ହଟିଲା ନିୟମ, ଏଣିକି ଆଉ କୋଭିଡ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ନୁହେଁ

ଭୁବନେଶ୍ବର: ହଟିଲା କୋଭିଡ ମହାମାରୀ ଆଇନ । କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ଆଇନ ହଟାଇଲେ ରାଜ୍ୟ ସରକାର । ଏଣିକି ଆଉ କୋଭିଡ ବିପର୍ଯ୍ୟୟ ଆଇନ ବା ମହାମାରୀ ଆଇନ ଅନ୍ତର୍ଗତ ହେବ ନାହିଁ । କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନକୁ ଦୁଇ ବର୍ଷ ପରେ ଉଠାଇ ଦେଇଛନ୍ତି ରାଜ୍ୟ ସରକାର ।

ହଟିଲା ନିୟମ, ଏଣିକି ଆଉ କୋଭିଡ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ନୁହେଁ
ହଟିଲା ନିୟମ, ଏଣିକି ଆଉ କୋଭିଡ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ନୁହେଁ


ରାଜ୍ୟରେ ବିପର୍ଯ୍ୟୟ ଆଇନରୁ ହଟିଲା ମହାମାରୀ । କୋଭିଡ୍ ସ୍ଥିତି ସୁଧୁରିଥିବାରୁ ମହାମାରୀ ବିପର୍ଯ୍ୟୟ ଆଇନରୁ ହଟାଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର କୋଭିଡ କଟକଣା କୋହଳ କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ଏସଆରସି ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରାୟ 2 ବର୍ଷ ପରେ ରାଜ୍ୟରୁ ମହାମାରୀ କଟକଣା ହଟିଛି । ତେବେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଜାରି ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଯଦି ଭବିଷ୍ୟତରେ କୋଭିଡ୍ ସ୍ଥିତି ବୃଦ୍ଧିପାଏ, ତେବେ ପୁନର୍ବାର ଆଇନ ଲାଗୁ ହୋଇପାରେ । ପୂର୍ବରୁ କୋଭିଡ ମହାମାରୀ ଆଇନକୁ କେନ୍ଦ୍ର ସରକାର ହଟାଇ ଦେଇ ଥିବାବେଳେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Mar 31, 2022, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.