ETV Bharat / city

Men's hockey world cup 2023: କେତେ ପ୍ରସ୍ତୁତ ଓଡିଶା, ମେଡାଲ ପାଇବ କି ଭାରତ

author img

By

Published : Aug 23, 2022, 8:33 PM IST

odisha govt making heavy preparation for upcoming mens hockey world cup 2023
mens hockey world cup 2023, କେତେ ପ୍ରସ୍ତୁତ ଓଡିଶା

୨୦୨୩ରେ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌ ( hockey world cup 2023)। ଏଥର ଦୁଇଟି ଭେନ୍ୟୁରେ ଖେଳାଯିବ ପୂରା ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ରାଜ୍ୟ ସରକାର ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି (Hockey World cup in Odisha) । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସଜେଇ ହେବ ରାଜଧାନୀର କଳିଙ୍ଗ ଷ୍ଟାଡିୟମ । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଶୁଭିବ ଇଣ୍ଡିଆ ଇଣ୍ଡିଆ କ୍ରାଉଡ୍‌ ଚିୟରିଂ (Hockey World cup in Odisha) । ୨୦୨୩ ହକି ବିଶ୍ବକପ୍‌ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି(men’s hockey world cup 2023) । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ (world cup in Kalinga Stadium) ପ୍ରସ୍ତୁତ ହୋଇ ରହିଥିବା ବେଳେ ପ୍ରସ୍ତୁତି ପଥେ ଆଗେଇ ଚାଲିଛି ବିର୍ସାମୁଣ୍ଡା ଷ୍ଟାଡିୟମ (World cup in Birsa Munda Stadium) ।

କେତେ ପ୍ରସ୍ତୁତ ଓଡିଶା, ମେଡାଲ ପାଇବ କି ଭାରତ

୨୦୧୮-୧୯ରେ ସଫଳ ଆୟୋଜନ

୨୦୧୮-୧୯ରେ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ କରି ବିଶ୍ବ ଦରବାରରେ ସୁନାମ ଅର୍ଜନ କରିଥିଲା ଓଡ଼ିଶା । ଏବେ ପୁନଃ ଏହି ସୁଯୋଗ ମିଳିଛି । ଓଡ଼ିଶାର ଦୁଇଟି ଷ୍ଟାଡିୟମରେ ହକି ଆୟୋଜନ କରିବା ପାଇଁ ହକି ଫେଡେରେସନ ସ୍ପଷ୍ଟ କରିଛି । ଏଥର ମଧ୍ୟ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିବାକୁ ଯୋଜନା ରହିଛି ।

ହକି ଆଡହକ୍‌ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ କହିଛନ୍ତି, "ଓଡ଼ିଶାରେ ହକି ବିଶ୍ବକପ୍‌ ୨୦୨୩ ଆୟୋଜନ ନେଇ FIH ସ୍ପଷ୍ଟ କରିଛି । ୨୦୧୮ର ବିଶ୍ବକପ୍‌ ଗ୍ରାଣ୍ଡ ସଫଳତା ପାଇଥିଲା । ଏଥିପାଇଁ ଜୋରାଦାର ପ୍ରସ୍ତୁତ ହୋଇଛି । ଭୁବନେଶ୍ବର ଓ ରାଉରକେଲାର ଦୁଇଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।"

ଏହା ବି ପଢ଼ନ୍ତୁ FIH Hockey World Cup, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଏଥର ଟାଇଟଲ ଉପରେ ନଜର

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ କାଂସ୍ୟ ପଦକ ହାସଲ କରିଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛି । ତେଣୁ ଏଥର ଦଳ ଟାଇଟଲ ଉପରେ ନଜର ରଖିବ ବୋଲି ମତ ଦେଇଛନ୍ତି ପୂର୍ବତନ ହକି ଅଧିନାୟକ ଓ କ୍ରୀଡ଼ା ସମୀକ୍ଷକ ।

ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି, "ଭାରତୀୟ ଦଳର ଟ୍ରେନିଂ ପ୍ରୋଗ୍ରାମ ଓ ଚୟନ ପ୍ରକ୍ରିୟା ଜାରି ରହିଛି । ଗତ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି । ଏଥର ମେଡାଲ ଜିତି ପୋଡିୟମ ଫିନିସ୍‌ କରିବ । ଦଳର ଉଚ୍ଚ ଆତ୍ମବିଶ୍ବାସ ରହିଛି । ନିଶ୍ଚିତ ଭାବରେ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବ ।"

ଏହା ବି ପଢ଼ନ୍ତୁ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ତଦାରଖ କରିଲେ କ୍ରୀଡା ମନ୍ତ୍ରୀ

ସେପଟେ କ୍ରୀଡ଼ା ସମୀକ୍ଷକ ମଧ୍ୟ ଭାରତୀୟ ଦଳ ଏଥର ଟାଇଟଲ ହାତେଇବ ବୋଲି ଆଶା ରଖିଛନ୍ତି । କ୍ରୀଡ଼ା ସମୀକ୍ଷକ ସୁରେଶ ସ୍ବାଇଁ କହିଛନ୍ତି, "ନିଶ୍ଚିତ ଭାବରେ ଦଳ ପଦକ ଉପରେ ନଜର ରଖିବ । ଭାରତୀୟ ଦଳ ବିଗତ ୪ରୁ ୫ ବର୍ଷରେ ଭଲ ପ୍ରଦର୍ଶନ କରିଛି । ବେଳେ ସ୍ଥିର ପ୍ରଦର୍ଶନ କରିବାରେ ଭାରତ ଫେଲ୍‌ ମାରିଛି । ଜଣେ ଦୁଇଜଣ ଖେଳାଳି ଆହତ ହେଲେ ଦଳ ଆତ୍ମବିଶ୍ବାସ ହରାଇ ବସୁଛି । ଭାରତୀୟ ଦଳରେ ଅଧିକ ମାନସିକ ଦୃଢ଼ତାର ଆବଶ୍ୟକତା ରହିଛି ।"

ଘରୋଇ ଗ୍ରାଉଣ୍ଡର ମିଳିବ କି ଫାଇଦା ?

ଉଭୟ କ୍ରୀଡ଼ା ସମୀକ୍ଷକ ଓ ପୂର୍ବତନ ଅଧିନାୟକଙ୍କ ମୁତାବକ ଭାରତୀୟ ଦଳକୁ ଘରୋଇ ଗ୍ରାଉଣ୍ଡର ଫାଇଦା ମିଳିବ । ଗତ ବିଶ୍ବକପ୍‌ରେ ମଧ୍ୟ ଭାରତୀୟ ସେମିଫାଇନାଲ ପର୍ଯ୍ୟନ୍ତ ଲଢ଼େଇ କରିଥିଲା । ବେଲଜିୟମ ଠାରୁ ପରାଜିତ ହୋଇ ଦଳ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା । ୧୯୭୫ରେ ଶେଷ ଥର ପାଇଁ ବିଶ୍ବକପ୍‌ରେ ପଦକ ହାସଲ କରିଥିଲା ଭାରତ । ବର୍ତ୍ତମାନ ଶୀର୍ଷ ତିନୋଟି ଦଳରେ ସାମିଲ ହେବା ଭାରତୀୟ ଦଳ ପାଇଁ ଚ୍ୟାଲେଞ୍ଜ ରହିବ । ଏଥିପାଇଁ ସ୍ବତନ୍ତ୍ର ରଣନୀତିର ଆବଶ୍ୟକତା ରହିଛି ।

ବର୍ତ୍ତମାନ ଭାରତୀୟ ଦଳର ଟ୍ରେନିଂ ଜାରି ରହିଛି । ଖେଳାଳିଙ୍କ ଫିଟ୍‌ନେସ ପ୍ରତ୍ୟେକ ମ୍ୟାଚ୍‌ ଉପରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିବ । ହାତରେ ଆଉ କେଇଟା ମାସର ସମୟ । ୨୦୨୩ ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ଯାଏଁ ଖେଳାଯିବ ପୁରୁଷ ବିଶ୍ବକପ୍‌ ହକି ।

ହକି ପାଇଁ ଉଚ୍ଚ ସ୍ତରୀୟ ବୈଠକ

କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବ । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପ୍‌କୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା । ଏଥିପାଇଁ ଅଗଷ୍ଟ ୨୨ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇଥିଲା ।

ହକି ଇଣ୍ଡିଆର ହୋଇନି ନିର୍ବାଚନ

ମୁଣ୍ଡ ଉପରେ ହକି ବିଶ୍ବକପ୍‌ ଆୟୋଜନ ଭାର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ହକି ଇଣ୍ଡିଆର ନିର୍ବାଚନ ହୋଇ ପାରିନାହିଁ । ଖୁବଶୀଘ୍ର ନିର୍ବାଚନ ହେବ ଓ ସଭାପତି, ସମ୍ପାଦକ ବଛାଯିବ । କିନ୍ତୁ ଏହାପରେ ହାତରେ ଆଉ ୩ ମାସ ସମୟ ରହିବ । ଏହାରି ମଧ୍ୟ ସମସ୍ତ ପ୍ରସ୍ତୁତିର ତଦାରଖ କରିବା ଏକ ଚ୍ୟାଲେଞ୍ଜ ହେବ । ତେବେ ଏହାର ପ୍ରଭାବ ଭାରତୀୟ ଦଳ ଉପରେ ପଡ଼ିବ ନାହିଁ । କହିଛନ୍ତି ପୂର୍ବତନ ହକି ଖେଳାଳି

ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଭାରତରେ ହକି କ୍ରୀଡ଼ାର ତଦାରଖ କରୁଛି । ୨୦୨୩ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ପ୍ରସ୍ତୁତ । ସେପଟେ ପ୍ରସ୍ତୁତ ହେଉଛି ରାଜ୍ୟର ଦୁଇଟି ଭେନ୍ୟୁ । ତେବେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଭବ୍ୟ ଆୟୋଜନ ଉପରେ ରହିବ କ୍ରୀଡ଼ା ପ୍ରେମୀଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.