ETV Bharat / city

ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ

author img

By

Published : Sep 24, 2022, 9:00 AM IST

Aicc Elections: ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ
Aicc Elections: ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ

କିଏ ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ । ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାରରୁ । ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ନିର୍ବାଚନ ନେଇ ଏବେ ଜାରି ରହିଛି ସସପେନ୍ସ । ଅକ୍ଟୋବରରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ । ଚିରାଚରିତ ଢଙ୍ଗରେ ଗାନ୍ଧୀ ପରିବାର ହାତରେ ରହିବ ଏହି ଦାୟିତ୍ୱ ନା ଅଣଗାନ୍ଧୀ ପରିବାରରୁ ହେବେ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ । ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାରରୁ । ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ନିର୍ବାଚନ ନେଇ ଏବେ ଜାରି ରହିଛି ସସପେନ୍ସ । ଅକ୍ଟୋବରରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ । ଚିରାଚରିତ ଢଙ୍ଗରେ ଗାନ୍ଧୀ ପରିବାର ହାତରେ ରହିବ ଏହି ଦାୟିତ୍ୱ ନା ଅଣଗାନ୍ଧୀ ପରିବାରରୁ ହେବେ ଅଧ୍ୟକ୍ଷ । ତେବେ ଦୀର୍ଘ 20 ବର୍ଷ ପରେ ଜଣେ ଅଣଗାନ୍ଧୀ ହେବେ ପରବର୍ତ୍ତୀ ଅଧ୍ୟକ୍ଷ ବୋଲି ଚର୍ଚ୍ଚା ଜୋର ଚାଲିଛି ।

Aicc Elections: ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ

ଆସନ୍ତା ୧୯ ଅକ୍ଟୋବରରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସ୍ପଷ୍ଟ ହେବ କିଏ ହେବେ ସଭାପତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ନିର୍ବାଚନ ଲଢ଼ିବା ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି । 24 ତାରିଖରୁ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବାବେଳେ କିଏ କିଏ ନାମାଙ୍କନ ଭରୁଛନ୍ତି 30 ତାରିଖରେ ଶେଷ ହେବା ପରେ ତାହା ସ୍ପଷ୍ଟ ହେବ। ସେହିପରି ଅକ୍ଟୋବର 17ରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଯଦିଓ ରାଜସ୍ଥାନ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଦେଖିବାକୁ ସଂକଳ୍ପ ପାରିତ କରିସାରିଛି ତଥାପି ଅଶୋକ ଗେହଲଟଙ୍କ ନିର୍ବାଚନି ମୈଦାନରେ ନାମାଙ୍କନ କରିବା ଉପରର ସମସ୍ତଙ୍କ ନଜର ରହିଛି ।

ତେବେ ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ ଗୁରୁବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ‘‘ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ କଂଗ୍ରେସ ସଭାପତି ହେବେ ନାହିଁ । ରାହୁଲ ଗାନ୍ଧୀଙ୍କୁ ସଭାପତି ପଦ ଗ୍ରହଣ କରିବା ପାଇଁ ବହୁବାର କହିଥିଲି । ରାହୁଲ ସ୍ପଷ୍ଟ କରିଛନ୍ତି ଗାନ୍ଧୀ ପରିବାରରୁ କେହି ସଭାପତି ହେବେନି ।’’ ଏନେଇ ସୂଚନା ଦେଇଛନ୍ତି ସଭାପତି ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ। ଏନେଇ ରାଜ୍ୟ କଂଗ୍ରେସର ବିଧାୟକ ମାନେ ମଧ୍ୟ ମନ୍ତବ୍ୟ ରଖିଛନ୍ତି ।

ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସିଏ AICC ଅଧ୍ୟକ୍ଷ ହେବେ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସର୍ବ ସହମତି କ୍ରମରେ ଏଭଳି ପ୍ରସ୍ତାବ ଅଧ୍ୟକ୍ଷଙ୍କୁ ଦିଆଯାଇଛି । କିନ୍ତୁ ସେପଟେ ସୋନିଆ ଗାନ୍ଧୀ କହିସାରିଛନ୍ତି ସ୍ୱଚ୍ଛତାର ସହିତ ନିର୍ବାଚନ ହେବ । ଯିଏ ଚାହିଁବ ନିର୍ବାଚନରେ ଭାଗ ନେଇପାରିବ। ଏଆଇସିସିର ସଦସ୍ୟ ମାନେ ଯାହାକୁ ମନୋନୀତ କରିବେ ସିଏ ହିଁ ପରବର୍ତ୍ତୀ ସଭାପତି ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସୋନିଆ ଗାନ୍ଧୀ ଯାହାକୁ ଅଧ୍ୟକ୍ଷ କରିବାକୁ ଚାହିଁବେ ସିଏ ହିଁ ହେବେ । ତେବେ 19 ବର୍ଷ ହେବ ସୋନିଆ ଅଧ୍ୟକ୍ଷ ପଦରେ ଥିଲେ । 2017ରେ ରାହୁଲଙ୍କୁ ଅଧ୍ୟକ୍ଷ ପଦ ହସ୍ତାନ୍ତର କରିଥିଲେ ସୋନିଆ । 2019 ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାହୁଲ ପଦ ଛାଡିଛନ୍ତି । ସେହିଦିନ ଠାରୁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷାରେ ରହିଛନ୍ତି ।

ଇଟିଭି ଭାରତ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.