ETV Bharat / city

କୋଭିଡ ମୁକାବିଲା ପାଇଁ 12 ଓଏଏସଙ୍କୁ ପଶ୍ଚିମ ଓଡିଶାର ପାଞ୍ଚ ଜିଲ୍ଲା ଦାୟିତ୍ବ

author img

By

Published : Apr 27, 2021, 7:28 PM IST

OAS officers deputed in western Odisha districts
କୋଭିଡ ମୁକାବିଲ ପାଇଁ 12 ଓଏଏସଙ୍କୁ ପଶ୍ଚିମ ଓଡିଶାର ପାଞ୍ଚ ଜିଲ୍ଲା ଦାୟିତ୍ବ

କୋରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାା ଗଲେ ୧୨ OAS ଅଧିକାରୀ । ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ସରକାର । ସର୍ବାଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଫୋକସ କରିଛନ୍ତି ସରକାର । 5 ପଶ୍ଚିମ ଓଡିଶା ଜିଲ୍ଲାକୁ 12 ଜଣେ OAS ଅଫିସରଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । କୋଭିଡ ମୁକାବିଲା ଓ ପରିଚାଳନାରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ ଏହି OAS । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରୀ ହୋଇଛି ବିଜ୍ଞପ୍ତି ।

OAS officers deputed in western Odisha districts
କୋଭିଡ ମୁକାବିଲ ପାଇଁ 12 ଓଏଏସଙ୍କୁ ପଶ୍ଚିମ ଓଡିଶାର ପାଞ୍ଚ ଜିଲ୍ଲା ଦାୟିତ୍ବ

କୋରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ OAS ଅଧିକାରୀ । ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ ନିଯୁକ୍ତି ଦେଇଛନ୍ତି । ବିବେକାନନ୍ଦ ସାହୁ, ହେମନ୍ତ ସିଂହ, ଶ୍ୱେତ କୁମାର ଦାସ ନୂଆପଡ଼ା ଜିଲ୍ଲା ଦାୟିତ୍ବ ବୁଝିବେ । ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ର ଗଲେ ବଲାଙ୍ଗିରର ଦାୟିତ୍ବ ପ୍ରଦାନ କରାଯାଇଛି । ଦୁର୍ଗା ପ୍ରସାଦ ମହାପାତ୍ର, ଧିରେନ୍ଦ୍ରନାଥ କରଙ୍କୁ ବରଗଡ଼ ଜିଲ୍ଲା ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ମଧୁସୁଦନ ବେହେରା, ପ୍ରଭାତ କୁମାର ସାହୁ ସମ୍ବଲପୁର ଜିଲ୍ଲା ଦାୟିତ୍ବ ଦେଇଛନ୍ତି । ସେହିପରି ସନ୍ତୋଷ କୁମାର ଦାସ,ଆଶିଷ କୁମାର ଜେନା,ଦେବାଶିଷ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ସୂଚନାଥାଉକି ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ହୁ ହୁ ହୋଇ ବଢି ଚାଲିଥିବାବେଳେ ବିଶେଷକରି ଓଡିଶା ଛତିଶଗଡ ସୀମାନ୍ତ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମୁକାବିଲା କରିବା ପାଇଁ ସରକାର ଜରୁରୀ କାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଭିତ୍ତିଭୂମିକୁ ସଜାଡିବାରେ ଲାଗିଛନ୍ତି । ଲୋକଙ୍କୁ ସଚେତନ କରିବା ସହ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ପାଇଁ ନିବେଦନ କିରୁଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.