ETV Bharat / city

Justice For Mamita: ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

author img

By

Published : Dec 7, 2021, 4:00 PM IST

ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ଏନେଇ ଆସନ୍ତା ୧୦ ରେ ବିଧାନସଭାରେ ପଶି ନ୍ୟାୟ ଭିକ୍ଷା କରିବ ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

Justice For Mamita: ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ
Justice For Mamita: ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନିଦା ବିଷ୍ଣୁ ସାଜିଥିବା କଟାକ୍ଷ କରିଛି ଛାତ୍ର କଂଗ୍ରେସ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ ପ୍ରତିଶ୍ରୁତିବଦ୍ଧ । ଏନେଇ ଡିସେମ୍ବର ୧୦ ତାରିଖରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ । ଏହାକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ।

Justice For Mamita: ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ଯେପର୍ଯ୍ୟନ୍ତ ଦୋଷୀ ଦଣ୍ଡ ପାଇନି ଏଥିପାଇଁ ଛାତ୍ର କଂଗ୍ରେସର ଲଢ଼େଇ ଜାରି ରହିବ । ସାଢ଼େ ୪ କୋଟି ଲୋକ ଅପେକ୍ଷା କରିଛନ୍ତି ମମିତା କେବେ ନ୍ୟାୟ ପାଇବ ? ହେଲେ ମୁଖ୍ୟମନ୍ତ୍ରୀ ଗୋଟିଏ ରେକର୍ଡ ଭିଡିଓ ଚଲେଇ ଚୁପ ବସିଛନ୍ତି । ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମାଣ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ନବୀନଙ୍କ ୨୧ ବର୍ଷ ଶାସନ ଭିତରେ ବେବିନା, ଇତିଶ୍ରୀ, ମାଧବିଲତା ଘଟଣାରେ କୌଣସି ଅପରାଧୀ ଧରା ପଡ଼ି ନାହାନ୍ତି । ଏହି ସବୁ ଅପରାଧୀଙ୍କ ଗିରଫଦାରୀ ପାଇଁ ଜେଲ ଯିବୁ ପଛେ ଆନ୍ଦୋଳନ ବନ୍ଦ କରିବୁ ନାହିଁ ବୋଲି କହିଛନ୍ତି ୟାସୀର ନୱାଜ ।

ଏହା ବି ପଢ଼ନ୍ତୁ Justice For Mamita: କଲେଜରେ ଅଛି ଅଣ୍ଡରଗ୍ରାଉଣ୍ଡ ରୁମ, ଦରକାର ପଡ଼ିଲେ ପିନ୍ଧିବି କଳା କୋର୍ଟ

ଆସନ୍ତା ୧୦ ରେ ବିଧାନସଭାରେ ପଶି ନ୍ୟାୟ ଭିକ୍ଷା କରିବ ଛାତ୍ର କଂଗ୍ରେସ । ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ଵାରା ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଏହାସହ ମମିତା ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଥିବା ନେଇ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ।

୨୦୧୯ ପରଠୁ ଦାଗୀ ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷା କବଚ ସାଜିଛନ୍ତି ମୁଖ୍ୟମନ୍ତ୍ରୀ । କାହା ଉପରେ ଆକ୍ସନ ହେଇନି । ଭୁବନେଶ୍ୱର ଛାତ୍ର ଋଷି ମୃତ୍ୟୁ ଘଟଣାରେ ବିଧାୟକ ଅନନ୍ତ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଲା । ହେଲେ ଘଟଣା ଚାପି ଦିଆଗଲା । ପରି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତଦନ୍ତ ବାଟ ମାରଣା ହେଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କୋର୍ଟଙ୍କ ନିର୍ଦ୍ଦେଶ ବେଖାତିର କରୁଛି । ଏବେ ମମିତା ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦିଆଯାଉଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.