ETV Bharat / city

କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ

author img

By

Published : Sep 2, 2021, 6:19 PM IST

କୋଭିଡ କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ। ଏଣିକି ପ୍ରତି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ଆଉ ପୂର୍ବ ଭଳି ପ୍ରତି ସୋମବାର ଦିନ ରହିବ ବନ୍ଦ। ଅଧିକ ପଢନ୍ତୁ...

କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ
କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ

ଭୁବନେଶ୍ବର: ପୁଣି ବଦଳିଲା ନନ୍ଦନକାନନ ନିୟମ। ଏଣିକି ଶନିବାର କି ରବିବାର ନୁହେଁ ସୋମବାର ଦିନ ବନ୍ଦ ରହିବ ନନ୍ଦନକାନନ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନା କଟକଣାର ନୂଆ ନିୟମ ଆସିଲା ପରେ ନନ୍ଦନକାନନର ନିୟମ ମଧ୍ୟ ବଦଳିଛି।

ଶନିବାର ଓ ରବିବାର ଦୁଇ ଦିନ ଧରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗି ରହିଥିଲା। ଯାହା ଫଳରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହୁଥିଲା। ନିୟମ ବଦଳିବା ପରେ ପୂର୍ବ ଭଳି ସୋମବାର ଦିନ ଏଣିକି ବନ୍ଦ ରହିବା ସହ ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.