ETV Bharat / city

ବସନ୍ତଙ୍କୁ ସୁଶାନ୍ତଙ୍କ ଜବାବ: ଗଙ୍ଗାରେ ମୃତଦେହ ଭାସୁଛି ଆଗ ସତ୍କାର କର

author img

By

Published : May 17, 2021, 4:50 PM IST

minister sushant singh reaction on BJP MP basnat panda
ବସନ୍ତଙ୍କୁ ସୁଶାନ୍ତଙ୍କ ଜବାବ: ଗଙ୍ଗାରେ ମୃତଦେହ ଭାସୁଛି ଆଗ ସତ୍କାର କର

ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆଉ ସରକାର ଜାଣିପାରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗଟ କରିଥିଲେ ବିଜେପି ସାଂସଦ ବସନ୍ତ ପଣ୍ଡା । ଏହାର ଜବାବ ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବସନ୍ତ ପଣ୍ଡାଙ୍କୁ ଜବାବ ଦେଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଆଜି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ରାଜ୍ୟର କୋଭିଡ୍ ସ୍ଥିତି ନେଇ ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ଟାର୍ଗେଟ କରିଥିଲେ । ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆଉ ସରକାର ଜାଣିପାରୁନାହାନ୍ତି ।

ବସନ୍ତଙ୍କୁ ସୁଶାନ୍ତଙ୍କ ଜବାବ: ଗଙ୍ଗାରେ ମୃତଦେହ ଭାସୁଛି ଆଗ ସତ୍କାର କର

ଏଣୁ ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଦରକାର । ଏହାସହ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରି ଆସୁଛନ୍ତି । ସେମାନେ ଘରକୁ ଆସିବା ପରେ ସଂକ୍ରମଣ ବଢ଼ି ଚାଲିଛି । ସେଥିପାଇଁ ପଞ୍ଚାୟତ ସ୍ତରରେ ଟିଏମସି ଓ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର ମାନ ଖୋଲିବା ପାଇଁ କହିଥିଲେ । ଏହାର ଜବାବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ତାଙ୍କର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏଭଳି କହୁଛନ୍ତି ବସନ୍ତ । ଗଙ୍ଗା ନଦୀରେ ଶହ ଶହ ମୃତଦେହ ଭାସୁଛି ଯାଇ ସତ୍କାର କରନ୍ତୁ । ଏହା ସହ କହିଛନ୍ତି ଯେ ରାଜ୍ୟ ସରକାର ସଜାଗ ଅଛନ୍ତି ,ସବୁ ପଞ୍ଚାୟତ ମାନଙ୍କୁ ଆଲର୍ଟ କରାଯାଇଛି । ସମସ୍ତ ଜିଲ୍ଲା ପରିଷଦ ଜୋନ ମାନଙ୍କରେ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରି ରଖାଯାଇଛି ।

ନୂଆ ଶ୍ରମିକ ଆସି ନାହାନ୍ତି ଯେଉଁମାନେ ବି ଆସୁଛନ୍ତି ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଉତ୍ତର ପ୍ରଦେଶ ଓ ବିହାରରେ ବିଜେପି ଶାସନ କରୁଛି ସେଠାରେ ଅଧିକ ଦାଦନ ଶ୍ରମିକ ଅଛନ୍ତି । ସେମାନଙ୍କ ଠାରୁ ଓଡିଶା ଭଲ ଚିକିତ୍ସା କରୁଥିବା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.