ETV Bharat / city

ବିଲଡର କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡ ଘଟଣା, ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Jul 17, 2022, 7:58 AM IST

ବହୁ ଚର୍ଚ୍ଚିତ ନୟାପଲ୍ଲୀ ବିଲଡର ହତ୍ୟାକାଣ୍ଡ । କଳିଙ୍ଗ ପୁତ୍ର ବିଲଡର କୃଷ୍ଣଚନ୍ଦ୍ର ନାଏକ ହତ୍ୟାକାଣ୍ଡ ଘଟଣାରେ ଦଣ୍ଡ ବିଧାନ ହୋଇଛି । ଗୁଳି କରି ହତ୍ୟା କରି ଥିବା ୪ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ
ବିଲଡର କୃଷ୍ନ ଚନ୍ଦ୍ର ନାଏକ ହତ୍ୟାକାଣ୍ଡ ଘଟଣା: ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ବିଲଡର କୃଷ୍ନ ଚନ୍ଦ୍ର ନାଏକ ହତ୍ୟାକାଣ୍ଡ ଘଟଣା: ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାପଲ୍ଲୀ ବିଲଡର ହତ୍ୟାକାଣ୍ଡ । କଳିଙ୍ଗ ପୁତ୍ର ବିଲଡର କୃଷ୍ଣଚନ୍ଦ୍ର ନାଏକ ହତ୍ୟାକାଣ୍ଡ ଘଟଣାରେ ଦଣ୍ଡ ବିଧାନ ହୋଇଛି । ଗୁଳି କରି ହତ୍ୟା କରି ଥିବା ୪ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଭୁବନେଶ୍ବର ଏଡିଜେ ୩ ଶୁଣାଇଲେ ସଜ୍ଜା । ୧୦ହଜାର ଟଙ୍କା ଜୋରିମନା ସହ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ । ତେବେ ସୂଚନା ମୁତାବକ ୨୦୧୩ ମସିହା ୧୨ ଅଗଷ୍ଟରେ ନୟାପଲ୍ଲୀ ଥାନା ଆଇଆରସି ଭିଲେଜ(IRC Village, Nayapalli) ପୋଷ୍ଟ ଅଫିସ ନିକଟରେ ହୋଇଥିଲା ହତ୍ୟାକାଣ୍ଡ । ଦିନ ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ୪ ଜଣ ଅଭିଯୁକ୍ତ ସଲିଲ ପଟ୍ଟନାୟକ, ସୁରଜ ଶର୍ମା, ରାଜେଶ ବାରିକ,ନନା ପଢିହାରି ଦୁଇଟି ବାଇକ ଯୋଗେ ଆସି କୃଷ୍ଣଚନ୍ଦ୍ର ନାୟକଙ୍କୁ ଆଖିବୁଜା ଗୁଳିମାଡ କରିଥିଲେ ।

୩ରୁ ୪ ରାଉଣ୍ଡ ଗୁଳିମାଡ ଯୋଗୁଁ କୃଷ୍ନ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟା ମାମଲାରେ କମିସନରେଟ ପୋଲିସ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ବେଲ୍ ମିଳିଥିଲା । ତେବେ ଦୀର୍ଘଦିନ ପରେ ଘଟଣାର ପାରିପାର୍ଶ୍ବିକ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ବୟାନ ଆଧାରରେ ଶେଷରେ କୋର୍ଟରେ ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଏହି ଘଟଣାରେ ସରକାରୀ ଓକିଲ ସାରଦା ଚନ୍ଦ୍ର ସାମନ୍ତ କେସ ପରିଚାଳନା କରିଥିଲେ । ଦୋଷୀଙ୍କୁ ଦଣ୍ଡ ଦେବାରେ ବଳିଷ୍ଠ ପ୍ରମାଣ ଓ ଯୁକ୍ତି ବାଢିଥିଲେ । ଶେଷରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ୪ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୧୦ ହଜାର ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୪ ଅଭିଯୁକ୍ତ ଝାରପଡା ଜେଲରେ ସଜ୍ଜା କାଟିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.