ETV Bharat / city

Jr Hockey World Cup: ଆଉ କିଛି ଘଣ୍ଟାର ଅପେକ୍ଷା, କମ୍ପିବ କଳିଙ୍ଗ

author img

By

Published : Nov 23, 2021, 9:21 PM IST

Updated : Nov 23, 2021, 10:10 PM IST

Jr Hockey World Cup: India to begin title defence against France on opening day
ହକି ମହାକୁମ୍ଭକୁ ଆଉ କିଛି ଘଣ୍ଟାର ଅପେକ୍ଷା, କମ୍ପିବ କଳିଙ୍ଗ

ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହୋଇଯିବ ଜୁନିଅର ହକି ବିଶ୍ବକପ । ଭାରତୀୟ ଟିମରେ ଓଡିଶାରୁ ସ୍ଥାନ ପାଇଛନ୍ତି 3 ଓଡ଼ିଆ ଖେଳାଳି । ଅଧିକ ପଢନ୍ତୁ

ଭୁବନେଶ୍ବର: ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ହକିର ମହାକୁମ୍ଭ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହୋଇଯିବ ଜୁନିଅର ହକି ବିଶ୍ବକପ ( Jr Hockey World Cup 2021) । ଏହି ପ୍ରତିଯୋଗିତାରେ 16ଟି ଦେଶ ଭାଗ ନେଇଛନ୍ତି ।

Jr Hockey World Cup: ଆଉ କିଛି ଘଣ୍ଟାର ଅପେକ୍ଷା, କମ୍ପିବ କଳିଙ୍ଗ

ଭାରତୀୟ ଟିମରେ ଓଡିଶାରୁ ସ୍ଥାନ ପାଇଛନ୍ତି 3 ଓଡ଼ିଆ ଖେଳାଳି । ଓଡ଼ିଆ ଖେଳାଳି ସହ ଭାରତୀୟ ଖେଳାଳିଙ୍କୁ ସମ୍ବୋଧନ ସହ ଉତ୍ସାହିତ କରିଛନ୍ତି ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ । ସମସ୍ତ ଟିମ ଏବେ ଓଡ଼ିଶାରେ ପହଞ୍ଚି ସାରିଛନ୍ତି ।

ଅଭ୍ୟାସ ମ୍ୟାଚ୍‌ ଖେଳି ପ୍ରସ୍ତୁତି ଶେଷ କରିସାରିଛନ୍ତି । ଓଡ଼ିଆ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବାନେଇ ସମସ୍ତେ ଆଶାବାଦୀ ରହିଛନ୍ତି । ହୋମ୍‌ ଗ୍ରାଉଣ୍ଡରେ ମ୍ୟାଚ୍‌ ଥିବାରୁ ଏହା ଭାରତୀୟ ଟିମ ପାଇଁ ବଡ଼ ସୁବର୍ଣ୍ଣ ସୁଯୋଗ ହେବ ।

ଦର୍ଶକଙ୍କ ପ୍ରବେଶକୁ ନେଇ ଦିଲୀପ କହିଛନ୍ତି COVID ପାଇଁ ସରକାର ଏପରି କଟକଣା କରିଛନ୍ତି । ସରକାରଙ୍କ ଗାଇଡ଼ ଲାଇନକୁ ସମସ୍ତେ ମାନିବା ସହ ଅନଲାଇନ ମାଧମରେ ଦର୍ଶକ ଘରେ ରହି ହକିର ମଜା ନେଇ ପାରିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Nov 23, 2021, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.