ETV Bharat / city

ଆଗାମୀ ବିଧାନସଭା ଅଧିବେଶନରେ କୋହଳ ହେବ କୋଭିଡ କଟକଣା

author img

By

Published : Jun 7, 2022, 10:18 PM IST

Updated : Jun 8, 2022, 9:21 AM IST

ଆଗାମୀ ବିଧାନସଭା ଅଧିବେଶନରେ କହୋଳ ହେବ କୋଭିଡ କଟକଣା
ଆଗାମୀ ବିଧାନସଭା ଅଧିବେଶନରେ କହୋଳ ହେବ କୋଭିଡ କଟକଣା

ଆଗାମୀ ବିଧାନସଭା ଅଧିବେଶନରେ କୋଭିଡ କଟକଣା କୋହଳ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଓ ଉପମୁଖ୍ୟ ସଚେତକ ସରୋଜ ମେହେର । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଗାମୀ ବିଧାନସଭା ଅଧିବେଶନରେ କୋଭିଡ କଟକଣା କୋହଳ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଓ ଉପମୁଖ୍ୟ ସଚେତକ ସରୋଜ ମେହେର । ପ୍ରଶାନ୍ତ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ କୋଭିଡ କଟକଣା କୋହଳ କରାଯିବ l ସୁରୁଖୁରୁରେ ବିଧାନସଭା ଚାଲିବା ଉପରେ ଗୁରୁତ୍ବ ଦିଆଯିବ l ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିଛନ୍ତି l ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରାଯିବ ।

ଆଗାମୀ ବିଧାନସଭା ଅଧିବେଶନରେ କହୋଳ ହେବ କୋଭିଡ କଟକଣା

ସେହିପରି ଉପମୁଖ୍ୟ ସଚେତକ ସରୋଜ ମେହେର ମଧ୍ୟ ସମାନ କଥା କହିଛନ୍ତି । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ସମ୍ମାନ ଦେଇ ଆସିଛନ୍ତି । ସରକାରଙ୍କ ଯୋଜନା ଲୋକେ ଗ୍ରହଣ କରିଛନ୍ତି । ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ବିରୋଧୀଙ୍କ ସହଯୋଗ ନେଇ ବିଧାନସଭା ପରିଚାଳନ କରାଯିବ । ଲୋକଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା ହେବ ବୋଲି କହିଛନ୍ତି ସରୋଜ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 8, 2022, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.