ETV Bharat / city

AIIMSରେ କର୍କଟ ରୋଗୀଙ୍କ ଉତ୍ସର୍ଗୀକୃତ ICU ସୁବିଧା ଆରମ୍ଭ

author img

By

Published : May 28, 2022, 8:52 AM IST

AIIMSରେ କର୍କଟ ରୋଗୀଙ୍କ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ଆରମ୍ଭ
AIIMSରେ କର୍କଟ ରୋଗୀଙ୍କ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ଆରମ୍ଭ

ରାଜଧାନୀ ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ କର୍କଟ ରୋଗୀଙ୍କ ଚିକିତ୍ସାକୁ ଗୁରୁତ୍ବ ଦିଆଯାଇଛି । ଏଠାରେ ଉତ୍ସର୍ଗୀକୃତ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ(AIIMS)ରେ ମେଡିକାଲ ଅଙ୍କୋଲୋଜି ଓ ହେମାଟୋଲୋଜି ବିଭାଗ ପକ୍ଷରୁ ଉତ୍ସର୍ଗୀକୃତ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି । ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଉଦଘାଟନ କରିଛନ୍ତି ।

AIIMSରେ କର୍କଟ ରୋଗୀଙ୍କ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ଆରମ୍ଭ
AIIMSରେ କର୍କଟ ରୋଗୀଙ୍କ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ଆରମ୍ଭ

କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଜରୁରୀ । ଏମ୍ସ ଭୁବନେଶ୍ବର ମେଡିକାଲ ଅଙ୍କୋଲୋଜି, ହେମାଟୋଲୋଜି ବିଭାଗ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର କର୍କଟ ଓ ରକ୍ତ କର୍କଟ ରୋଗୀଙ୍କ ବିଭିନ୍ନ ସମସ୍ୟାର ଯତ୍ନ ନେଇଥାଏ । ମେଡିକାଲ ଅଙ୍କୋଲୋଜି, ହେମାଟୋଲୋଜି ବିଭାଗକୁ ଆସିବା ବେଳେ ଏହି ରୋଗୀଙ୍କ ମଧ୍ୟରୁ ବହୁ ସଂଖ୍ୟକ ଗୁରୁତର ଥାଆନ୍ତି । ଏଣୁ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଆଇସିୟୁର ଆବଶ୍ୟକତା ରଖିଥାନ୍ତି । ରକ୍ତ କର୍କଟ ରୋଗଜନିତ ବିଭିନ୍ନ ସମସ୍ୟାର ପୀଡ଼ିତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁର ଆବଶ୍ୟକତା ରହିଥାଏ।

ଯାହାକି ଏକ ମିଳିତ ଆଇସିୟୁ ସେଟିଂରେ ସେବା ପ୍ରଦାନ କରାଯାଇପାରିବ ନାହିଁ । ଏଣୁ ମେଡିକାଲ ଅଙ୍କୋଲୋଜି ବିଭାଗରେ ସ୍ବତନ୍ତ୍ର ଆଇସିୟୁର ଆବଶ୍ୟକତା ଅଧିକ ଜରୁରୀ । ଏହି ଆଇସିୟୁରେ ପ୍ରତ୍ୟେକ ଶଯ୍ୟା ପାଇଁ ଏକ ଭେଣ୍ଟିଲେଟର ସହିତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପକରଣ ଉପଲବ୍ଧ ରହିଛି । କର୍କଟ ଏବଂ ହେମାଟୋଲୋଜିକାଲ ବ୍ୟାଧିରେ ପୀଡିତ ରୋଗୀମାନେ ଏହି ସୁବିଧା ଦ୍ବାରା ବହୁ ଉପକୃତ ହେବେ । ଏପରିକି ଡାଏଲିସିସ ସୁବିଧା ମଧ୍ୟ ଶଯ୍ୟା ନିକଟରେ କରାଯାଇପାରିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.